ବାହାରିଲା ଯୁକ୍ତ ୨ ଅଫଲାଇନ ପରୀକ୍ଷାଫଳ

କଟକ,ଏନ୍ଏନ୍ଏସ୍: ରାଜ୍ୟର ଯୁକ୍ତ ୨ ଅଫଲାଇନ ପରୀକ୍ଷାଫଳ ପ୍ରକାଶ ପାଇଛି। ୧୨ହଜାର ୩୨୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୮ହଜାର ୪୬୦ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଫଳରେ ପାସ୍ ହାର ୬୮.୬୬ ପ୍ରତିଶତ ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଥିବା ଜଣାପଡ଼ିଛି।