ଗୁଣ୍ଟୁର ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା

ଗୁଣୁପୁର,ଏନ୍ଏନ୍ଏସ୍: ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ଏକ ମାଛ ଫାର୍ମରେ କାମ କରୁଥିବା ଗୁଣୁପୁରର ୬ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ବିଦ୍ୟୁତ ସଟସର୍କିଟ ଯୋଗୁ ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ତରାମାଳର ୩, ଫୁଲଫୁଟିର ୨ ଓ ଗୁଣପୁରର ଜଣେ ରହିଛନ୍ତି। ଘଟଣାସ୍ଥଳରେ ଫରେନସିକ ଟିମ୍ ପହଂଚି ନମୁନା ସଂଗ୍ରହ କରିଛନ୍ତି। ବିଭିନ୍ନ ଦିଗକୁ ନେଇ ମାମଲାର ତଦନ୍ତ ଚାଲିଥିବା ପୁଲିସ କହିଛି। ଉକ୍ତ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।