ପିଏନ୍‌ବି ଏଟିଏମ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ୍; ୨ ଆନ୍ତଃରାଜ୍ୟ ଲୁଟେରା ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ପଟିଆ ସ୍ଥିତ ପିଏନବି ବ୍ୟାଙ୍କ ଏଟିଏମ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ହୋଇଛି। ଏଥିରେ ସମ୍ପୃକ୍ତ ୨ ଜଣ ଆନ୍ତଃରାଜ୍ୟ ଲୁଟେରା ସମରଜିତ ସିଂହ ଓ ଜାଫର ସାଦ୍ଦିକ ଧରା ପଡ଼ିଛନ୍ତି। ଭାଇଜାଗରେ ଆଉ ଏକ ଏଟିଏମ୍ ଲୁଟ୍ ଉଦ୍ୟମ କରୁଥିବାବେଳେ ପୁଲିସ ସେମାନଙ୍କୁ ଧରିବା​‌ରେ ସକ୍ଷମ ହୋଇଛି। ତେବେ ସେମାନେ ପଞ୍ଜାବ ଓ ବେଙ୍ଗାଲୁରୁର ବୋଲି ଜଣାପଡ଼ିଛି। ଉଭୟଙ୍କୁ ରିମାଣ୍ଡରେ ଅଣାଯାଇ ଜେରା କରାଯିବ ବୋଲି ପ୍ରେସ୍‌ମିଟ୍‌ରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ତଥ୍ୟ ଅନୁସାରେ ଉଭୟ ଦୁର୍ବୃତ୍ତ ଫ୍ଲାଇଟ୍‌ ଯୋଗେ ଭୁବନେଶ୍ୱର ଆସି ଏକ ହୋଟେଲରେ ରହି ଚୋରିର ଯୋଜନା ପ୍ରସ୍ତୁତ କରିଥିଲେ। ପରେ ସେମାନେ ଗ୍ୟାସ କଟର ସାହାଯ୍ୟରେ ଏଟିଏମ୍ ଭାଙ୍ଗି ଚୋରି କାଣ୍ଡ ଘଟାଇ ସେଠାରୁ ୨୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ପରେ ସେମାନେ ଫ୍ଲାଇଟ୍‌ ଯୋଗେ ରାଜ୍ୟ ବାହାରକୁ ଚାଲି ଯାଇଥିବା ତଦନ୍ତ ପରେ ଜଣାପଡ଼ିଥିବା ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।