ରାଜଧାନୀରେ ୨ କରୋନା ପଜିଟିଭ ଚିହ୍ନଟ: ୫ ସୁସ୍ଥ ରାଜ୍ୟ By Nitidin On Feb 23, 2021 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ପୁଣି ୨ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଚକେଇସିଆଣୀ ଓ ଚନ୍ଦ୍ରଶେଖରପୁରରୁ ଜଣେ ଲେଖାଏଁ ରହିଛନ୍ତି। ଅନ୍ୟପଟେ ୫ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ହଜାର ୯୫୬ ହୋଇଥିବାବେଳେ ୩୧ ହଜାର ୬୧୫ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୪୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୭୨ ଜଣଙ୍କ ଚିକିତ୍ସା ଜାରି ରହିଛି। Share