ହାଇଦର ଫେରାର ମାମଲାରେ ୨ ଗିରଫ

କଟକ,ଏନ୍ଏନ୍ଏସ୍: ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ମାମଲାରେ ୨ଜଣଙ୍କୁ ମଙ୍ଗଳବାଗ ଥାନା ପୁଲିସ ଗିରଫ କରିଛି। ଗିରଫ ଦ୍ୱୟ ହେଲେ କନେଷ୍ଟବଳ ମହମ୍ମଦ ମୌସିମ ଓ ସମ୍ବଲପୁର ଜେଲର ଜଣେ ୱାର୍ଡର। ହାଇଦର ଫେରାର ହେବା ଦିନ ମୌସିମ ଡ୍ୟୁଟିରେ ଥିଲେ। ପୂର୍ବରୁ ମୌସିମ ସହ ହାଇଦରକୁ ଜଗିବା ଦାୟିତ୍ୱରେ ଥିବା ୬ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।