ରାଜଧାନୀରୁ ଦୁଇ ବନ୍ଧୁକ ବେପାରୀ ଗିରଫ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଧରାପଡଛନ୍ତି ଦୁଇ ବନ୍ଧୁକ ବେପାରୀ। ପୁଲିସ ଚେକିଂ ସମୟରେ ଖଣ୍ଡଗିରି ଆଳୁଗଦି ଅଞ୍ଚଳରୁ ଏହି ୨ ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି କମିଶନରେଟ ପୁଲିସ। ସେମାନଙ୍କ ନିକଟରୁ ଚୋରା ବନ୍ଧୁକ ଜବତ କରାଯାଇଛି। ୨ ବନ୍ଧୁକ ବେପାରୀ ହେଲେ- ଯଦୁପୁର ଅଞ୍ଚଳର ପାଟୁ ଓରଫ୍ କାବୁଲା ଖାନ୍ ଏବଂ ଖୋର୍ଦ୍ଧା ଶରଧାପୁର ଅଞ୍ଚଳର କୋନୋ ଓରଫ୍ ଶେକ୍ ତେହସିଲ୍। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି।