ରାଜ୍ୟରେ ଆଉ ୧୮୬୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୧୮୬୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୮୨ଜଣ ଓ ସ୍ଥାନୀୟ ସଂକ୍ରମଣ ୭୮୨ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୬୫ହଜାର ୭୧୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୯୬, କଟକରୁ ୨୨୧, ବାଲେଶ୍ୱରରୁ ୧୧୪, ଯାଜପୁରରୁ ୧୦୭, ଷ୍ଟେଟପୋଲରୁ ୧୦୦, ଜଗତସିଂହପୁରରୁ ୮୯, ଢେଙ୍କାନାଳରୁ ୮୪, ନୟାଗଡ଼ରୁ ୬୬, ଭଦ୍ରକରୁ ୬୫, କେନ୍ଦ୍ରାପଡ଼ା ଓ ପୁରୀରୁ ୫୯ ଲେଖାଏଁ, ମୟୁରଭଞ୍ଜରୁ ୫୭, ସୁନ୍ଦରଗଡ଼ରୁ ୫୬ ଓ କେଉଁଝରରୁ ୪୪ଜଣ ରହିଛନ୍ତି। ସେହିପରି ସମ୍ବଲପୁରରୁ ୩୪, ବରଗଡ଼ ଓ ରାୟଗଡ଼ାରୁ ୨୪ ଲେଖାଏଁ, କନ୍ଧମାଳରୁ ୧୬, ଗଞ୍ଜାମ ଓ ମାଲକାନଗିରିରୁ ୧୨ଲେଖାଏଁ, ନୂଆପଡ଼ାରୁ ୯, ଝାରସୁଗୁଡ଼ାରୁ ୮, କଳାହାଣ୍ଡି ଓ କୋରାପୁଟରୁ ୭ ଲେଖାଏଁ, ଦେଓଗଡ଼ ଓ ସୋନପୁରରୁ ୬ ଲେଖାଏଁ, ବଲାଙ୍ଗିରରୁ ୫, ବୌଦ୍ଧ ଓ ଗଜପତିରୁ ୩ ଲେଖାଏଁ ଓ ନବରଙ୍ଗପୁର ଜିଲ୍ଲାରୁ ୨ଜଣ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୬୫ହଜାର ୭୧୫ ହୋଇଥିବାବେଳେ ୯ଲକ୍ଷ ୪୧ହଜାର ୨୦୪ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୫,୪୪୫ଜଣଙ୍କର ମୃତ୍ୟୁ ଘଟିଛି ଓ ୧୯ହଜାର ୧୩ଜଣ ଚିକିତ୍ସିତ ହେଉଛନ୍ତି।