୨୪ ଘଣ୍ଟାରେ ୧୭୮୪ କରୋନା ପଜିଟିଭ ଚିହ୍ନଟ: ନୂଆପଡ଼ାରୁ ସର୍ବାଧିକ ୩୦୩

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୧୭୮୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୩୫ଜଣ ଓ ସ୍ଥାନୀୟ ସଂକ୍ରମଣ ୭୪୯ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୫୩ହଜାର ୮୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ନୂଆପଡ଼ାରୁ ସର୍ବାଧିକ ୩୦୩, ସୁନ୍ଦରଗଡ଼ରୁ ୨୪୧, ଖୋର୍ଦ୍ଧାରୁ ୨୦୧, ସମ୍ବଲପୁରରୁ ୧୧୪, ବଲାଙ୍ଗିରରୁ ୯୧, ବରଗଡ଼ରୁ ୮୭, ଗଞ୍ଜାମରୁ ୮୦, ବାଲେଶ୍ୱରରୁ ୭୨, କଳାହାଣ୍ଡିରୁ ୬୮, ନବରଙ୍ଗପୁରରୁ ୬୭, କଟକରୁ ୫୯, କେଉଁଝରରୁ ୫୪, ପୁରୀରୁ ୫୩, ଷ୍ଟେଟପୋଲରୁ ୪୬, ଯାଜପୁର ଜିଲ୍ଲାରୁ ୩୩ ଜଣ ରହିଛନ୍ତି। ସେହିପରି ଭଦ୍ରକରୁ ୩୦, ମୟୂରଭଞ୍ଜରୁ ୨୭, ରାୟଗଡ଼ାରୁ ୨୫, ଅନୁଗୁଳରୁ ୨୦, କେନ୍ଦ୍ରାପଡ଼ାରୁ ୧୮, ଗଜପତିରୁ ୧୬, ନୟାଗଡ଼ରୁ ୧୪, କନ୍ଧମାଳରୁ ୧୩, ଦେଓଗଡ଼ରୁ ୧୨, ଝାରସୁଗୁଡ଼ା ଓ କୋରାପୁଟରୁ ୧୦ ଲେଖାଏଁ, ଜଗତସିଂହପୁରରୁ ୭, ସୋନପୁରରୁ ୬, ବୌଦ୍ଧରୁ ୪, ଢେଙ୍କାନାଳରୁ ୨ ଓମାଲକାନଗିରି ଜିଲ୍ଲାରୁ ଜଣେ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୪ଲକ୍ଷ ୨୮ହଜାର ୪୬୯ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୫୩ହଜାର ୮୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୪୦ହଜାର ୬୦୦ଜଣ ସୁସ୍ଥ ହୋଇଛନ୍ତି, ୧୯୩୦ଜଣଙ୍କର ମୃତ୍ୟୁ ଘଟିଛି ଓ ୧୦, ୫୦୩ ଜଣ ଚିକିତ୍ସିତ ହେଉଛନ୍ତି।