ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଜୋରଦାର ଚାଲିଛି। ଜାନୁଆରୀ ୧୬ରୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୨ଲକ୍ଷ ୬୬ହଜାର ୬୧୫ ଜଣ ଟିକା ନେଇ ସାରିଲେଣି। ରାଜ୍ୟ ସରକାରଙ୍କ ପାଖରେ ୧୭ଲକ୍ଷ ଟିକା ମହଜୁଦ ରହିଛି। ଏପ୍ରିଲ ୧ରୁ ଦୈନିକ ୨ଲକ୍ଷ ଟିକାକରଣ କରାଯିବ। ଏପ୍ରିଲ ୨ରେ ଆଉ ୯ଲକ୍ଷ ୮୮ହଜାର ୨୫୦ ଡୋଜ୍ ଟିକା ଆସିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଟିକାକରଣରେ ଅନୁଗୁଳ, ବରଗଡ଼, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର, ମୟୁରଭଞ୍ଜ, ସୋନପୁର, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲା ପଛରେ ରହିଛିି। ଆଜି ଅଧିକ ଟିକାକରଣକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ରାଜ୍ୟରେ ଏବେ ୧ ହଜାର କେନ୍ଦ୍ରରେ ଟିକା ଦିଆଯାଉଥିବାବେଳେ ଟିକା ନଷ୍ଟ ହେବାରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛରେ ରହିଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।