କରୋନା ପାଇଁ ଜେଲରୁ ମୁକୁଳିଛନ୍ତି ୧୬,୭୮୯ କଏଦୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ମାର୍ଚ୍ଚ ୨୦ ତାରିଖରୁ ଜୁଲାଇ ୨୭ ତାରିଖ ସୁଦ୍ଧା ସମୁଦାୟ ୧୬,୭୮୯ କଏଦୀଙ୍କୁ ଖଲାସ କରି ଦିଆଯାଇଛି। ସେଥିମଧ୍ୟରୁ ୧୫୦ ଜଣ ଦୋଷୀ ସାବ୍ୟସ୍ତ କଏଦୀ ଅଛନ୍ତି। ଏହି ଦୋଷୀ ସାବ୍ୟସ୍ତଙ୍କ ମଧ୍ୟରୁ ବ୍ରହ୍ମପୁର ସର୍କଲ ଜେଲରୁ ୪୭ ଜଣ, ସମ୍ବଲପୁର ସର୍କଲ ଜେଲରୁ ୧୯ ଜଣ, କଟକ ସର୍କଲ ଜେଲରୁ ୩୧ ଜଣ, ବାରିପଦା ସର୍କଲ ଜେଲରୁ ୧୫ ଜଣ ଓ କୋରାପୁଟ ସର୍କଲ ଜେଲରୁ ୩୮ ଜଣଙ୍କୁ ଖଲାସ କରାଯାଇଛି। ଏନେଇ ଜେଲ୍ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେହିପରି ୧,୨୦୨ ଜଣ କଏଦୀଙ୍କୁ ଗହଳି ଜେଲରୁ ଫାଙ୍କା ଜେଲକୁ ସ୍ଥାନାନ୍ତରିତ କରାଯାଇଛି।