ଆଜି ରାଜ୍ୟରେ ସୁସ୍ଥ ହେଲେ ୧୫୨୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୨୭ଟି ଜିଲ୍ଲାରୁ ୧୫୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୪୦ ହଜାର ୭୨୬ରେ ପହଞ୍ଚିଛ।

ସୂଚନା ଅନୁସାରେ ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୨୩୧ ଜଣ, କଟକରୁ ୧୬୬ ଜଣ, ରାୟଗଡ଼ାରୁ ୯୩ ଜଣ, ସୁନ୍ଦରଗଡ଼ରୁ ୮୯ ଜଣ, ପୁରୀରୁ ୮୦ ଜଣ, କଳାହାଣ୍ଡିରୁ ୭୭ ଜଣ, ବାଲେଶ୍ୱରରୁ ୬୧ ଜଣ, ନୟାଗଡ଼ରୁ ୫୬ ଜଣ, ଗଜପତି ଓ ସମ୍ବଲପୁରରୁ ୫୪ ଜଣ ଲେଖାଏଁ, ଯାଜପୁରରୁ ୫୨ ଜଣ, କୋରାପୁଟରୁ ୪୬ ଜଣ, ଭଦ୍ରକ ଓ କନ୍ଧମାଳରୁ ୨୬ ଜଣ ଲେଖାଏଁ, ମାଲକାନଗିରିରୁ ୨୨ ଜଣ, କେନ୍ଦୁଝରରୁ ୧୯ ଜଣ, ଜଗତସିଂହପୁରରୁ ୧୬ ଜଣ, ଅନୁଗୁଳ, ବଲାଙ୍ଗିର ଓ କେନ୍ଦ୍ରାପଡ଼ାରୁ ୧୩ ଜଣ ଲେଖାଏଁ, ବରଗଡ଼ ଓ ଝାରସୁଗୁଡ଼ାରୁ ୧୦ ଜଣ ଲେଖାଏଁ, ସୁବର୍ଣ୍ଣପୁରରୁ ୯ ଜଣ, ମୟୂରଭଞ୍ଜରୁ ୯ ଜଣ, ବୌଦ୍ଧରୁ ୫ ଜଣ ଓ ନବରଙ୍ଗପୁରରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।