ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଓଡ଼ିଶାରେ ଆଉ ୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨୨ ଜଣ ସଂଗରୋଧ କେନ୍ଦ୍ରର ଓ ୧୭୨ ଜଣ ଲୋକାଲର ବୋଲି ଜଣାପଡ଼ିଛି।
ସବୁଦିନ ପରି ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୬୪ ଜଣ, କଟକରୁ ୩୮ ଜଣ, ବାଲେଶ୍ୱରରୁ ୨୧ ଜଣ, ନୟାଗଡ଼ରୁ ୧୬ ଜଣ, ଯାଜପୁରରୁ ୧୫ ଜଣ, ମୟୂରଭଞ୍ଜରୁ ୧୪ ଜଣ, କେନ୍ଦ୍ରାପଡ଼ାରୁ ୧୧ ଜଣ, ସୁନ୍ଦରଗଡ଼ ଓ କେନ୍ଦୁଝରରୁ ୧୦ ଜଣ ଲେଖାଏଁ, ନୂଆପଡ଼ାରୁ ୯ ଜଣ, ପୁରୀ ଓ ଭଦ୍ରକରୁ ୭ ଜଣ ଲେଖାଏଁ, ମାଲକାନଗିରି, ସମ୍ବଲପୁର, ନବରଙ୍ଗପୁର ଓ କୋରାପୁଟରୁ ୪ ଜଣ ଲେଖାଏଁ, ବଲାଙ୍ଗିରରୁ ୩ ଜଣ, କଳାହାଣ୍ଡି ଓ ବୌଦ୍ଧରୁ ୨ ଜଣ ଲେଖାଏଁ ଏବଂ ରାୟଗଡ଼ା, ଜଗତସିଂହପୁର ଓ ଅନୁଗୁଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫ ହଜାର ୩୯୨ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ହଜାର ୪୭୬ ଜଣ ସୁସ୍ଥ ହୋଇଥିବା ବେଳେ ୪ ହଜାର ୮୧୩ ଜଣ ସକ୍ରିୟ ଅଛନ୍ତି।