Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଦିନକରେ ୧,୩୭୩ କରୋନାରେ ସଂକ୍ରମିତ: ୨ ମୃତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଦିନକରେ ୧,୩୭୩ କରୋନାରେ ସଂକ୍ରମିତ: ୨ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୧,୩୭୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୮୧୨ଜଣ ଓ ସ୍ଥାନୀୟ ସଂକ୍ରମଣ ୫୬୨ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୮ହଜାର ୧୮୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୩୫୫, ଖୋର୍ଦ୍ଧାରୁ ୧୯୩, ନୂଆପଡ଼ାରୁ ୧୩୫, ବରଗଡ଼ରୁ ୫୯, ସମ୍ବଲପୁରରୁ ୭୭, ଝାରସୁଗୁଡ଼ାରୁ ୫୨, କଟକରୁ ୫୧, ରାୟଗଡ଼ାରୁ ୪୭, କଳାହାଣ୍ଡି ଓ ଷ୍ଟେଟପୋଲରୁ ୪୫ ଲେଖାଏଁ, ପୁରୀରୁ ୪୪, ଅନୁଗୁଳରୁ ୩୩ ଓ ଭଦ୍ରକ ଜିଲ୍ଲାରୁ ୩୦ଜଣ ରହିଛନ୍ତି। ସେହିପରି ମୟୁରଭଞ୍ଜରୁ ୨୬, ଯାଜପୁରରୁ ୨୫, କେଉଁଝରରୁ ୨୪, ନବରଙ୍ଗପୁର ଓ ଗଞ୍ଜାମରୁ ୨୦ ଲେଖାଏଁ, ବାଲେଶ୍ୱରରୁ ୧୭, ନୟାଗଡ଼ରୁ ୧୩, ବଲାଙ୍ଗିରରୁ ୧୨, ଜଗତସିଂହପୁରରୁ ୯, ଗଜପତି ଓ ଦେଓଗଡ଼ରୁ ୮ ଲେଖାଏଁ, ଢେଙ୍କାନାଳରୁ ୫, ସୋନପୁର ଓ କେନ୍ଦ୍ରାପଡ଼ାରୁ ୪ ଲେଖାଏଁ, କନ୍ଧମାଳରୁ ୩ ଓ ବୌଦ୍ଧ ଜିଲ୍ଲାରୁ ୨ଜଣ ରହିଛନ୍ତି।

ଅନ୍ୟପଟେ କରୋନା ଯୋଗୁ ୨ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଓ ବଲାଙ୍ଗିରରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୯୨୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୩ଲକ୍ଷ ୩୮ହଜାର ୭୦୮ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୪୮ହଜାର ୧୮୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୯ହଜାର ୨୦୦ଜଣ ସୁସ୍ଥ ହୋଇଛନ୍ତି, ୧୯୨୬ଜଣଙ୍କର ମୃତ୍ୟୁ ଘଟିଛି ଓ ୭୦୦୩ ଜଣ ଚିକିତ୍ସିତ ହେଉଛନ୍ତି।