ରାଜ୍ୟରେ ୧୩୦ କରୋନା ପଜିଟିଭ ଚିହ୍ନଟ: ଜଣେ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୧୩୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୭୬ଜଣ ଓ ସ୍ଥାନୀୟ ସଂକ୍ରମଣ ୫୪ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୪ ହଜାର ୧୫୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପୁରୀରୁ ସର୍ବାଧିକ ୧୫, ସୁନ୍ଦରଗଡ଼ରୁ ୧୪, ବରଗଡ଼ରୁ ୧୩, ଅନୁଗୁଳରୁ ୧୨, ସମ୍ବଲପୁର ଓ ବାଲେଶ୍ୱରରୁ ୧୦ ଲେଖାଏଁ, ଯାଜପୁରରୁ ୮, କଟକରୁ ୭ ଓ ଖୋର୍ଦ୍ଧାରୁ ୬ଜଣ ରହିଛନ୍ତି।

ଅନ୍ୟପଟେ ଭୁବନେଶ୍ୱରର ଜଣେ ୬୨ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଛନ୍ତି। ସେ କରୋନା ବ୍ୟତୀତ କିଡନୀ ଓ ଯକୃତ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। ଫଳରେ ମୋଟ ମୃତ୍ୟୁସଂଖ୍ୟା ୧୯୦୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୫ଲକ୍ଷ ୨୫ ହଜାର ୭୦୩ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୪ ହଜାର ୧୫୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେହିପରି ୩ଲକ୍ଷ ୩୦ ହଜାର ୭୫୭ ଜଣ ସୁସ୍ଥ ହୋଇଛନ୍ତି, ୧୯୦୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୪୩୬ ଜଣଙ୍କ ଚିକିତ୍ସା ଜାରି ରହିଛି।