ଦିନକରେ ସର୍ବାଧିକ ୧୨୯ କରୋନା ପଜିଟିଭ: ମୋଟସଂଖ୍ୟା ୧୯୪୮କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ସର୍ବାଧିକ ୧୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦ୍ରାପଡ଼ାରୁ ସର୍ବାଧିକ ୧୮, ଗଜପତିରୁ ୧୬, ନୂଆପଡ଼ାରୁ ୧୨, ବଲାଙ୍ଗିରରୁ ୧୧, ଯାଜପୁର ଓ ଗଞ୍ଜାମରୁ ୧୦ ଲେଖାଏଁ, ଖୋର୍ଦ୍ଧାରୁ ୭, ବଲେଶ୍ୱର, ସୁନ୍ଦରଗଡ଼, ମୟୁରଭଞ୍ଜ ଓ ବରଗଡ଼ରୁ ୬ ଲେଖାଏଁ, କଟକରୁ ୫, ପୁରୀ ଓ ଦେଓଗଡ଼ରୁ ୪ ଲେଖାଏଁ, କେଉଁଝରରୁ ୩, ଜଗତସିଂହପୁର ଜିଲ୍ଲାରୁ ୨ ଜଣ ରହିଛନ୍ତି। ସେହିପରି ମାଲକାନଗିରି, ଢ଼େଙ୍କାନାଳ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୧୨୯ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୧୯ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୧୦ ଜଣ ସ୍ଥାନୀୟ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୫୨ ହଜାର ୧୩୧ଟି କୋଭିଡ ଟେଷ୍ଟ ହୋଇଥିବାବେଳେ ୧୯୪୮ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏଥି ସହିତ ୧୦୫୦ ଜଣ ସୁସ୍ଥ ହୋଇଛନ୍ତି ଓ ୭ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୮୮୯ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।