ଭୁବନେଶ୍ୱରରୁ ୧୨୮ କରୋନା ପଜିଟିଭ ଚିହ୍ନଟ: କରୋନା ଯୋଦ୍ଧା ସାମିଲ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଭୁବନେଶ୍ୱରରୁ ୧୨୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୮୫ ଜଣ ଓ ସ୍ଥାନୀୟ ସଂକ୍ରମିତ ୪୩ ଜଣ ରହିଛନ୍ତି। ଏମାନଙ୍କ ମଧ୍ୟରେ କରୋନା ଯୋଦ୍ଧା ସାମିଲ ଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏକ କ୍ୱାରେଣ୍ଟାଇନ ସେଣ୍ଟରରୁ ସର୍ବାଧିକ ୧୮ଜଣ ରହିଥିବାବେଳେ ୫ଜଣ ପୁଲିସ କର୍ମଚାରୀ, ୩ଟି ସରକାରୀ ହସ୍ପିଟାଲର ୩ଜଣ କର୍ମଚାରୀ, ୩ଟି ଘରୋଇ ହସ୍ପିଟାଲର ୮ଜଣ କର୍ମଚାରୀ ଓ ଗୋଟିଏ ମିଡିଆ ହାଉସର ୩ଜଣ କର୍ମଚାରୀ ରହିଛନ୍ତି।

ସେହିପରି ଆଜି ୯୮ଜଣ ଆରୋଗ୍ୟ ଲାଭ କରିଛନ୍ତି। ସେଥିମଧ୍ୟରୁ ମଞ୍ଚେଶ୍ୱର ଅଟାକଳରୁ ସର୍ବାଧିକ ୩୦ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୩୫କୁ ବୃଦ୍ଧି ପାଇଥିବାବେଳେ ୧୪୩୩ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୫ଜଣଙ୍କର ମୃତ୍ୟୁ ଘଟିଛି ଓ ୧,୨୮୫ଜଣ ଚିକିତ୍ସିତ ହେଉଛନ୍ତି।