ରାଜ୍ୟରେ ଆଉ ୧୨,୫୨୩ କରୋନାରେ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୧୨ହଜାର ୫୨୩ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୭,୦୧୨ଜଣ ଓ ସ୍ଥାନୀୟ ସଂକ୍ରମଣ ୫,୫୧୧ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୬୮ହଜାର ୪୨୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୮୪୨, କଟକରୁ ୧୦୮୪, ଅନୁଗୁଳରୁ ୯୩୦, ସୁନ୍ଦରଗଡ଼ରୁ ୭୧୫, ପୁରୀରୁ ୫୬୮, ମୟୁରଭଞ୍ଜରୁ ୫୪୬, ବାଲେଶ୍ୱରରୁ ୫୧୦, କଳାହାଣ୍ଡିରୁ ୪୯୧, ଯାଜପୁରରୁ ୪୧୯, ସମ୍ବଲପୁରରୁ ୪୦୦, ନବରଙ୍ଗପୁରରୁ ୩୮୩, ଝାରସୁଗୁଡ଼ାରୁ ୩୭୩ ଓ ଗଞ୍ଜାମ ଜିଲ୍ଲାରୁ ୩୬୯ଜଣ ରହିଛନ୍ତି। ସେହିପରି ବୌଦ୍ଧରୁ ୩୬୫, ଜଗତସିଂହପୁରରୁ ୩୨୫, ଷ୍ଟେଟପୋଲରୁ ୩୨୪, ରାୟଗଡ଼ାରୁ ୩୨୧, ବରଗଡ଼ ଓ ନୟାଗଡ଼ରୁ ୩୧୫ ଲେଖାଏଁ, ବଲାଙ୍ଗିରରୁ ୨୯୬, କୋରାପୁଟରୁ ୨୩୩, କେଉଁଝରରୁ ୨୩୨, ସୋନପୁରରୁ ୨୦୨, କେନ୍ଦ୍ରାପଡ଼ାରୁ ୧୯୫, ଭଦ୍ରକରୁ ୧୭୭, ଢେଙ୍କାନାଳରୁ ୧୩୨, ନୂଆପଡ଼ାରୁ ୧୨୯, ଦେଓଗଡ଼ରୁ ୧୦୬, କନ୍ଧମାଳରୁ ୧୦୦, ମାଲକାନଗିରିରୁ ୭୩ ଓ ଗଜପତି ଜିଲ୍ଲାରୁ ୫୩ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୬୮ହଜାର ୪୨୨ ହୋଇଥିବାବେଳେ ୫ଲକ୍ଷ ୫୬ହଜାର ୫୦୧ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୪୩୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୧ଲକ୍ଷ ୯ହଜାର ୪୩୮ଜଣ ଚିକିତ୍ସିତ ହେଉଛନ୍ତି।