ଗତ ୨୪ ଘଣ୍ଟା ଭିତରେ ୧୨୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ହାର ଗତକାଲି ହଜାରେ ତଳକୁ ଖସିଥିବାବେଳେ ଆଜି ପୁଣି ହଜାରେ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥି ମଧ୍ୟରେ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୦୩ ଜଣ ଏବଂ ଲୋକାଲରୁ ୫୧୭ ଜଣ ସଂକ୍ରମିତ ରହିଛନ୍ତି।

ସୂଚନା ଅନୁସାରେ ଆଜି ଖୋର୍ଦ୍ଧାରୁ ୧୩୪, ସୁନ୍ଦରଗଡ଼ରୁ ୧୧୯, କଟକରୁ ୯୬, ନୂଆପଡ଼ାରୁ ୬୬, ପୁରୀ ଓ ବରଗଡ଼ରୁ ୬୦ ଜଣ ଲେଖାଏଁ, ଜଗତସିଂହପୁର ଓ କଳାହାଣ୍ଡିରୁ ୫୯ ଜଣ ଲେଖାଏଁ, ଅନୁଗୁଳରୁ ୫୮, କେନ୍ଦ୍ରାପଡ଼ା ଓ କେନ୍ଦୁଝରରୁ ୪୮ ଜଣ ଲେଖାଏଁ, ମୟୂରଭଞ୍ଜରୁ ୪୬, ସମ୍ବଲପୁରରୁ ୪୦, ବଲାଙ୍ଗିରରୁ ୩୩, ଝାରସୁଗୁଡ଼ାରୁ ୩୨, ଭଦ୍ରକରୁ ୨୮, ଗଞ୍ଜାମରୁ ୨୭, ଢ଼େଙ୍କାନାଳ ଓ ଯାଜପୁରରୁ ୨୬ ଜଣ ଲେଖାଏଁ, ବାଲେଶ୍ୱର ଓ କୋରାପୁଟରୁ ୨୧ ଜଣ ଲେଖାଏଁ, ନୟାଗଡ଼ରୁ ୨୦, ମାଲକାନଗିରିରୁ ୧୯, ନବରଙ୍ଗପୁରରୁ ୧୪, ସୋନପୁରରୁ ୧୩, କନ୍ଧମାଳରୁ ୮, ରାୟଗଡ଼ା, ଗଜପତି ଓ ବୌଦ୍ଧରୁ ୫ ଜଣ ଲେଖାଏଁ, ଦେବଗଡ଼ରୁ ୩ ଜଣ ଏବଂ ଷ୍ଟେଟପୁଲରୁ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫ ହଜାରରେ ପହଞ୍ଚିଛି। ସେଥିରୁ ୨ ଲକ୍ଷ ୯୧ ହଜାର ୧୩୭ ଜଣ ସୁସ୍ଥ ହୋଇସାରିଥିବାବେଳେ ସକ୍ରିୟ ସଂଖ୍ୟା ୧୨ ହଜାର ୩୪୧ରେ ପହଞ୍ଚିଛି।