ରାଜ୍ୟରୁ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୨୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ୧୨୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭୦୮ ଜଣ ସଂଗରୋଧ କେନ୍ଦ୍ରରୁ ଓ ୫୧୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଆଜି ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୧୦୭ ଜଣ ଲେଖାଏଁ, କଟକରୁ ୧୦୬, ଖୋର୍ଦ୍ଧାରୁ ୯୨, ମୟୂରଭଞ୍ଜରୁ ୮୩, ଅନୁଗୁଳରୁ ୭୮, ଜଗତସିଂହପୁରରୁ ୫୩, କେନ୍ଦ୍ରାପଡ଼ାରୁ ୫୦, ବଲାଙ୍ଗିରରୁ ୪୬, କେନ୍ଦୁଝରରୁ ୪୦, ବରଗଡ଼ରୁ ୩୯, କଳାହାଣ୍ଡିରୁ ୩୮, ଝାରସୁଗୁଡ଼ାରୁ ୩୬, ପୁରୀରୁ ୩୪, ସମ୍ବଲପୁର ଓ ଯାଜପୁରରୁ ୩୨ ଜଣ ଲେଖାଏଁ, ନୂଆପଡ଼ାରୁ ୩୧, ଢ଼େଙ୍କାନାଳରୁ ୩୦, କୋରାପୁଟରୁ ୨୮, ନୟାଗଡ଼ରୁ ୨୩, ଭଦ୍ରକରୁ ୨୨, ସୋନପୁରରୁ ୨୦, ଗଞ୍ଜାମରୁ ୧୫, ନବରଙ୍ଗପୁରରୁ ୧୩, କନ୍ଧମାଳରୁ ୧୦, ଦେବଗଡ଼ ଓ ଗଜପତିରୁ ୯ ଜଣ ଲେଖାଏଁ, ରାୟଗଡ଼ାରୁ ୭, ବୌଦ୍ଧ ଓ ମାଲକାନଗିରିରୁ ୫ ଜଣ ଲେଖାଏଁ ଏବଂ ଷ୍ଟେଟ ପୁଲରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨ ହଜାର ୭୯୩ରେ ପହଞ୍ଚିଛି। ସେଥିରୁ ୨ ଲକ୍ଷ ୮୮ ହଜାର ୧୬୮ ଜଣ ସୁସ୍ଥ ହୋଇଥିବାବେଳେ ୧୩ ହଜାର ୧୩୧ ଜଣ ଚିକିତ୍ସାଧୀନ ଅଛନ୍ତି।