ସୁସ୍ଥ ହେଲେ ଆଉ ୧୨୧ କରୋନା ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୧୨୧ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୩ଲକ୍ଷ ୩୬ହଜାର ୯୩୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୭, ବଲାଙ୍ଗିରରୁ ୧୬, ମୟୁରଭଞ୍ଜରୁ ୧୩, ଝାରସୁଗୁଡ଼ାରୁ ୧୦, କଟକରୁ ୯, ସୁନ୍ଦରଗଡ଼ରୁ ୭, ଭଦ୍ରକରୁ ୬, ବରଗଡ଼ ଓ ପୁରୀରୁ ୪ ଲେଖାଏଁ, ଅନୁଗୁଳ, ବାଲେଶ୍ୱର, ଯାଜପୁର ଓ ନୂଆପଡ଼ାରୁ ୪ ଲେଖାଏଁ, ନବରଙ୍ଗପୁର ଓ ଷ୍ଟେଟପୋଲରୁ ୩, ଢେଙ୍କାନାଳ, କେଉଁଝର, ସମ୍ବଲପୁରରୁ ୨ ଲେଖାଏଁ, କନ୍ଧମାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୪୦ହଜାର ୬୨୦ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୩ଲକ୍ଷ ୩୬ହଜାର ୯୩୦ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୯୨୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୭୬୯ ଜଣ ଚିକିତ୍ସିତ ହେଉଛନ୍ତି।