୨୪ ଘଣ୍ଟାରେ ୧୧,୮୦୫ କରୋନାରେ ସଂକ୍ରମିତ: ସଂଖ୍ୟା ୬ଲକ୍ଷ ଟପିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧ହଜାର ୮୦୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬୬୧୧ଜଣ ଓ ସ୍ଥାନୀୟ ସଂକ୍ରମଣ ୫୧୯୪ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୪୯୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୪୧୪, ସୁନ୍ଦରଗଡ଼ରୁ ୧୨୦୯, କଟକରୁ ୧୧୯୭, ଅନୁଗୁଳରୁ ୬୬୮, ସମ୍ବଲପୁରରୁ ୫୫୩, ବରଗଡ଼ରୁ ୪୨୧, ଯାଜପୁରରୁ ୩୯୨, ପୁରୀରୁ ୩୮୮, କଳାହାଣ୍ଡିରୁ ୩୭୭, ମୟୁରଭଞ୍ଜରୁ ୩୭୪, ବଲାଙ୍ଗିରରୁ ୩୫୮, ଗଞ୍ଜାମରୁ ୩୩୧, ଝାରସୁଗୁଡ଼ାରୁ ୩୨୭, ନୂଆପଡ଼ାରୁ ୩୦୭, ବାଲେଶ୍ୱରରୁ ୩୦୩ ଓ ଭଦ୍ରକ ଜିଲ୍ଲାରୁ ୩୦୦ ଜଣ ରହିଛନ୍ତି। ସେହିପରି ଷ୍ଟେଟପୋଲରୁ ୨୮୪, ଢେଙ୍କାନାଳ ଓ ନୟାଗଡ଼ରୁ ୨୮୦ ଲେଖାଏଁ, ଜଗତସିଂହପୁରରୁ ୨୭୪, ବୌଦ୍ଧରୁ ୨୪୬, ନବରଙ୍ଗପୁରରୁ ୨୩୯, ସୋନପୁରରୁ ୨୧୪, କୋରାପୁଟରୁ ୧୯୬, କେଉଁଝରରୁ ୧୮୮, କେନ୍ଦ୍ରାପଡ଼ାରୁ ୧୪୭, ରାୟଗଡ଼ାରୁ ୧୩୭, ଦେଓଗଡ଼ରୁ ୧୦୯, ଗଜପତିରୁ ୧୧୫, ମାଲକାନଗିରିରୁ ୯୪, କନ୍ଧମାଳ ଜିଲ୍ଲାରୁ ୮୩ ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୪୯୨ ହୋଇଥିବାବେଳେ ୪ଲକ୍ଷ ୯୧ହଜାର ୬୭୪ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୨୯୪ଜଣଙ୍କର ମୃତ୍ୟୁ ଘଟିଛି ଓ ୧ଲକ୍ଷ ୬ହଜାର ୪୭୧ ଜଣ ଚିକିତ୍ସିତ ହେଉଛନ୍ତି।