ରାଜ୍ୟରେ ଆଉ ୧୧,୦୯୯ କରୋନାରେ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୧୧ହଜାର ୯୯ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬,୨୧୪ଜଣ ଓ ସ୍ଥାନୀୟ ସଂକ୍ରମଣ ୪,୮୮୫ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୪୪ହଜାର ୪୦୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୪୬୦, ସୁନ୍ଦରଗଡ଼ରୁ ୯୮୩, କଟକରୁ ୮୬୭, ଅନୁଗୁଳରୁ ୫୫୨, ସମ୍ବଲପୁରରୁ ୫୪୭, ମୟୁରଭଞ୍ଜରୁ ୫୦୭, ଭଦ୍ରକରୁ ୪୩୧, ବାଲେଶ୍ୱରରୁ ୪୦୮, ଯାଜପୁରରୁ ୩୭୮, ପୁରୀରୁ ୩୫୬, ନବରଙ୍ଗପୁରରୁ ୩୫୧, ବରଗଡ଼ରୁ ୩୩୯, ଝାରସୁଗୁଡ଼ାରୁ ୩୦୭, ଜଗତସିଂହପୁରରୁ ୩୦୨ ଓ କଳାହାଣ୍ଡି ଜିଲ୍ଲାରୁ ୨୯୯ଜଣ ରହିଛନ୍ତି। ସେହିପରି ବଲାଙ୍ଗିରରୁ ୨୮୮, କୋରାପୁଟରୁ ୨୮୦, ନୟାଗଡ଼ରୁ ୨୭୭, ସୋନପୁରରୁ ୨୫୨, ଷ୍ଟେଟପୋଲରୁ ୨୪୨, ନୂଆପଡ଼ାରୁ ୨୩୨, ବୌଦ୍ଧରୁ ୨୧୩, ଗଞ୍ଜାମରୁ ୧୯୬, ରାୟଗଡ଼ାରୁ ୧୭୦, କେଉଁଝରରୁ ୧୬୫, ଢେଙ୍କାନାଳରୁ ୧୬୨, କେନ୍ଦ୍ରାପଡ଼ାରୁ ୧୫୬, ଦେଓଗଡ଼ରୁ ୧୦୭, ମାଲକାନଗିରିରୁ ୧୦୨, କନ୍ଧମାଳରୁ ୮୮ ଓ ଗଜପତି ଜିଲ୍ଲାରୁ ୮୨ଜଣ ରହିଛନ୍ତିି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬ଲକ୍ଷ ୪୪ହଜାର ୪୦୧ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୫ଲକ୍ଷ ୩୬ହଜାର ୫୯୫ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୩୭୮ଜଣଙ୍କର ମୃତ୍ୟୁ ଘଟିଛି ଓ ୧ଲକ୍ଷ ୫ହଜାର ୩୭୫ ଜଣ ଚିକିତ୍ସିତ ହେଉଛନ୍ତି।