ରାଜ୍ୟରେ ୨୪ ଘଣ୍ଟାରେ ବାହାରିଲେ ୧୧୦୭ କରୋନା ପଜିଟିଭ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୪୬ ଜଣ କ୍ୱାରେଣ୍ଟାଇନରୁ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୬୧ ଜଣ ଲୋକାଲରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୪ ଜଣ, ବାଲେଶ୍ୱର ଜିଲ୍ଲାରୁ ୬୬ ଜଣ, ବରଗଡ଼ ଜିଲ୍ଲାରୁ ୫ ଜଣ, ଭଦ୍ରକ ଜିଲ୍ଲାରୁ ୩୬ ଜଣ, ବଲାଙ୍ଗିର ଜିଲ୍ଲାରୁ ୩ ଜଣ, କଟକ ଜିଲ୍ଲାରୁ ୧୩୦ ଜଣ, ଦେବଗଡ଼ ଜିଲ୍ଲାରୁ ୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୨ ଜଣ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୪ ଜଣ, ଜଗତସିଂହପୁର ଜିଲ୍ଲାରୁ ୫୩ ଜଣ, ଯାଜପୁର ଜିଲ୍ଲାରୁ ୫୨ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯ ଜଣ, କଳାହାଣ୍ଡି ଜିଲ୍ଲାରୁ ୭ ଜଣ, କନ୍ଧମାଳ ଜିଲ୍ଲାରୁ ୭ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୨ ଜଣ, କେନ୍ଦୁଝର ଜିଲ୍ଲାରୁ ୧୮ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୯୭ ଜଣ, କୋରାପୁଟ ଜିଲ୍ଲାରୁ ଜଣେ, ମାଲକାନଗିରି ଜିଲ୍ଲାରୁ ୧୦ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୪୦ ଜଣ, ନବରଙ୍ଗପୁର ଜିଲ୍ଲାରୁ ଜଣେ, ନୟାଗଡ଼ ଜିଲ୍ଲାରୁ ୨୯ ଜଣ, ନୂଆପଡ଼ା ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୨୮ ଜଣ, ରାୟଗଡ଼ା ଜିଲ୍ଲାରୁ ୫ ଜଣ, ସମ୍ବଲପୁର ଜିଲ୍ଲାରୁ ୨୦ ଜଣ, ସୋନପୁର ଜିଲ୍ଲାରୁ ୪ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୭ ଜଣ ଏବଂ ଷ୍ଟେଟ ପୁଲ୍‌ରୁ ୮୨ଜଣ ରହିଛନ୍ତି।

ଏଥିସହ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୯୧ ହଜାର ୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୦ ହଜାର ୮୫୩ଟି ସକ୍ରିୟ ମାମଲା ରହିଥିବା ବେଳେ ୯ ଲକ୍ଷ ୭୩ ହଜାର ୫୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୧ କୋଟି ୬୮ ଲକ୍ଷ ୧୭ ହଜାର ୨୯୦ ସାମ୍ପୁଲ ଟେଷ୍ଟ୍ ହୋଇସାରିଲାଣି।