ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି କୋଭିଡ ସଂକ୍ରମିତଙ୍କଠୁ ସୁସ୍ଥ ସଂଖ୍ୟା ଅଧିକ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ଆଉ ୧୦ ହଜାର ୮୮୧ ଜଣ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୫୯ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୪୪୦ ଜଣ, କଟକରୁ ୮୮୩ ଜଣ, ଅନୁଗୁଳରୁ ୫୨୨ ଜଣ, ସମ୍ବଲପୁରରୁ ୪୫୫ ଜଣ, ବରଗଡ଼ରୁ ୪୧୧ ଜଣ, ମୟୂରଭଞ୍ଜରୁ ୩୮୫ ଜଣ, କଳାହାଣ୍ଡିରୁ ୩୬୮ ଜଣ, ନୟାଗଡ଼ରୁ ୩୪୭ ଜଣ, ପୁରୀରୁ ୩୩୩ ଜଣ ଓ ଗଞ୍ଜାମରୁ ୩୧୧ ଜଣ ସୁସ୍ଥ ହୋଇଛନ୍ତି।
ସେହିପରି ବାଲେଶ୍ୱରରୁ ୩୦୩, ନୂଆପଡ଼ାରୁ ୩୦୩, ନବରଙ୍ଗପୁରରୁ ୨୮୪, ଜଗତସିଂହପୁରରୁ ୨୬୩, ଝାରସୁଗୁଡ଼ାରୁ ୨୬୨, ଭଦ୍ରକରୁ ୨୩୧, ବଲାଙ୍ଗିରରୁ ୧୯୮, ସୋନପୁରରୁ ୧୯୪, ରାୟଗଡ଼ାରୁ ୧୮୩, କେନ୍ଦୁଝରରୁ ୧୭୬, କୋରାପୁଟରୁ ୧୭୫, ବୌଦ୍ଧରୁ ୧୫୧, କେନ୍ଦ୍ରାପଡ଼ାରୁ ୧୩୭, ଯାଜପୁରରୁ ୧୧୯, କନ୍ଧମାଳରୁ ୧୦୯, ଦେବଗଡ଼ରୁ ୧୦୮, ଗଜପତିରୁ ୮୪, ମାଲକାନଗିରିରୁ ୫୯ ଓ ଷ୍ଟେଟପୁଲରୁ ୩୩୨ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୫ ଲକ୍ଷ ୬୭ ହଜାର ୩୮୨ରେ ପହଞ୍ଚିଛି।