ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଜି ୧୦୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ୧୨୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଆଜି ଆକ୍ରାନ୍ତଙ୍କଠାରୁ ସୁସ୍ଥସଂଖ୍ୟା ଅଧିକ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୫୯ଜଣ ରହିଥିବାବେଳେ ସ୍ଥାନୀୟ ସଂକ୍ରମଣ ୪୬ଜଣ ରହିଛନ୍ତି। ସେହିପରି ଆଜି ସୁସ୍ଥ ହୋଇଥିବା ୧୨୩ ଜଣଙ୍କ ମଧ୍ୟରୁ ବିଜେବି ନଗର ହରିନଗର ବସ୍ତିରୁ ସର୍ବାଧିକ ୩୮ଜଣ ରହିଛନ୍ତି।
