ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୧୦ହଜାର ୪୦୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୬ଲକ୍ଷ ୮୦ହଜାର ୯୩୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୪୪୯, କଟକରୁ ୯୫୪, ଅନୁଗୁଳରୁ ୯୦୮, ସୁନ୍ଦରଗଡ଼ରୁ ୭୦୫, ମୟୁରଭଞ୍ଜରୁ ୫୬୪, ଯାଜପୁରରୁ ୪୯୫, ଭଦ୍ରକରୁ ୪୮୨, ପୁରୀରୁ ୪୭୨, ସମ୍ବଲପୁରରୁ ୩୫୪, ବରଗଡ଼ରୁ ୩୩୧, ଜଗତସିଂହପୁରରୁ ୩୦୯, କେନ୍ଦ୍ରାପଡ଼ାରୁ ୩୦୫, ବଲାଙ୍ଗିରରୁ ୨୭୪, ନବରଙ୍ଗପୁରରୁ ୨୫୫, ଷ୍ଟେଟପୋଲରୁ ୨୫୪ ଓ କୋରାପୁଟ ଜିଲ୍ଲାରୁ ୨୫୧ଜଣ ରହିଛନ୍ତି। ସେହିପରି ଗଞ୍ଜାମରୁ ୨୪୨, ବୌଦ୍ଧରୁ ୨୦୦, ନୟାଗଡ଼ରୁ ୧୯୦, ଝାରସୁଗୁଡ଼ାରୁ ୧୮୬, ବାଲେଶ୍ୱରରୁ ୧୮୧, ରାୟଗଡ଼ାରୁ ୧୭୨, ଢେଙ୍କାନାଳରୁ ୧୫୫, କେଉଁଝରରୁ ୧୪୯, ସୋନପୁରରୁ ୧୨୩, ଦେଓଗଡ଼ରୁ ୧୦୬, ମାଲକାନଗିରିରୁ ୧୦୨, କନ୍ଧମାଳରୁ ୮୨, ଗଜପତିରୁ ୬୮, ନୂଆପଡ଼ାରୁ ୫୧ ଓ କଳାହାଣ୍ଡି ଜିଲ୍ଲାରୁ ୩୬ଜଣ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୬୪ହଜାର ୯୯୭ ହୋଇଥିବାବେଳେ ୬ଲକ୍ଷ ୮୦ହଜାର ୯୩୨ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୭୫୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୮୧ହଜାର ୨୫୮ ଜଣ ଚିକିତ୍ସିତ ହେଉଛନ୍ତି।