Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୧୦ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର, ଅବଢ଼ା ଯୋଜନା ପାଇଁ ୩୨୦୮ କୋଟି ଅନୁମୋଦନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୧୦ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର, ଅବଢ଼ା ଯୋଜନା ପାଇଁ ୩୨୦୮ କୋଟି ଅନୁମୋଦନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ, ଶ୍ରୀକ୍ଷେତ୍ର ପୁରୀର ବିକାଶ ପାଇଁ ଘୋଷଣା ହୋଇଥିବା ଅବଢ଼ା ଯୋଜନାରେ ୩ ବର୍ଷ ମଧ୍ୟରେ ୩ ହଜାର ୨୦୮କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିଭଳି କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ଏଣିକି ଜାତି ଓ ଆୟ ପ୍ରମାଣପତ୍ର ପାଇଁ ୟୁଜର୍ସ ଫି ଦେବାକୁ ପଡ଼ିବ ନାହିଁ। ୟୁଜର୍ସ ଫି ସମେତ ଆବେଦନ ଫିକୁ ମଧ୍ୟ ଛାଡ କରିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ସେହିଭଳି ତିନୋଟି ଜିଲ୍ଲା ମୟୁରଭଞ୍ଜ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ୩ଟି ପାଇପ ଜଳ ଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସୋମବାର ରାଜ୍ୟ ଲୋକସେବା ଭବନରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଏବଂ ଐତିହ୍ୟ କ୍ଷେତ୍ରର ବିକାଶ, ଶ୍ରୀ ସେତୁ ପ୍ରକଳ୍ପ, ମୂଷା ନଦୀର ପୁନରୁଦ୍ଧାର, ବହୁତଳ ପାର୍କିଂ, ପୁରୀ ହ୍ରଦ ଉନ୍ନତିକରଣ ଯୋଜନା, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ଗୃହ ନିର୍ମାଣ ଯୋଜନା, ରଘୁନନ୍ଦନ ପାଠାଗାର, ଅଠରନଳା ଐତିହ୍ୟର ଉନ୍ନତିକରଣ, ଆଚାର୍ଯ୍ୟ ହରିହର ଛକର ପୁନଃ ଉନ୍ନତିକରଣ ଏବଂ ବିଭିନ୍ନ ମଠର ଉନ୍ନତି ପ୍ରକଳ୍ପକୁ ଅବଢା ଯୋଜନାରେ ଅନ୍ତର୍ଭୁକ୍ତ କରିଯାଇଛି। ଏହି ଉନ୍ନତିମୂଳକ କାମ ପାଇଁ ୩ ହଜାର ୨୦୮ କାଟି ଟଙ୍କାକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି।

ଏହି ଯୋଜନାରେ ୨୦୧୯-୨୦ ପାଇଁ ୭୧୯ କାଟି, ୨୦୨୦-୨୧ ପାଇଁ ୧୪୨୦ କାଟି ଏବଂ ୨୦୨୧-୨୨ ପାଇଁ ୧୦୮୭ କାଟି ଟଙ୍କା ଖର୍ଚ୍ଚ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ପୁରୀରେ ତୀର୍ଥଯାତ୍ରୀମାନଙ୍କର ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯାତ୍ରୀମାନଙ୍କୁ ଉନ୍ନତ ଓ ସୁଲଭ ମୂଲ୍ୟରେ ସୁବିଧା ସୁଯୋଗ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି । ଶ୍ରୀମନ୍ଦିର ଏକ ପ୍ରସିଦ୍ଧ ତୀର୍ଥ ସ୍ଥାନ ହାଇଥିବାରୁ ସବୁ ଦିଗରୁ ଯାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ଅତ୍ୟନ୍ତ ଜରୁରୀ ଅଟେ। ଏଥିପାଇଁ ଅବଢା ଯୋଜନା ୨୦୧୭-୧୮ ଆର୍ଥିକ ବର୍ଷରେ ସରକାରଙ୍କ ଦ୍ୱାରା ଆରମ୍ଭ ହାଇଥିଲା।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ହବିଷ୍ୟାଳିମାନଙ୍କ ରହଣି ପାଇଁ ନୂତନ ଆଶ୍ରୟସ୍ଥଳୀ ନିର୍ମାଣ, ପୁରୀର ବିଭିନ୍ନ ସ୍‍ଥାନରେ ରାସ୍ତାର ଉନ୍ନତିକରଣ, ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଚାଲୁଛି। ମୁଖ୍ୟମନ୍ତ୍ରୀ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢିତାଳିବାକୁ ଘାଷଣା କରିଥିଲେ। ଏହି ସମୟରେ ସରକାର ଓଡିଶା ହାଇକାର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାଶଙ୍କୁ ନେଇ ଗଠିତ କମିଶନଙ୍କ ସୁପାରିଶ ଅନୁଯାୟୀ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଦେବୋତ୍ତର ସଂସ୍ଥାର ସୁଶାସନ ଓପ୍ରଶାସନ ସକାଶେ କେତେକ ଯୋଜନା ଅନୁମାଦନ କରିଛନ୍ତି। ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ ୧୯୫୧କୁ ସଂଶୋଧନ କରି ଗୋବର୍ଦ୍ଧନ ମଠକୁ ଏହି ଆଇନରୁ ବାଦ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁସାରେ ଗୋବର୍ଦ୍ଧନ ମଠର ପରିଚାଳନାଗତ ଅଧିକାର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପରେ ନ୍ୟସ୍ତ ରହିବ।

ସେହିଭଳି ରାଜ୍ୟରେ ବେସାମରିକ ବିମାନ ଚଳାଚଳରେ ଅର୍ଥନୈତିକ ପ୍ରଗତିକୁ ଲକ୍ଷ୍ୟ କରି ଏହି କ୍ଷେତ୍ରରେ ଅଧିକ ବିକାଶ ପାଇଁ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ବେସାମରିକ ବିମାନ ଚଳାଚଳ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ ଥିବାବେଳେ ଏହାକୁ ବାଣିଜ୍ୟ ଓ ପରିବହନ ବିଭାଗକୁ ସ୍ଥାନାନ୍ତର କରିବା ଉଦ୍ଦେଶ୍ୟରେ ଓଡିଶା ସରକାରୀ କାର୍ଯ୍ୟ ନିୟମାବଳୀରେ ସଂଶୋଧନ କରିବା ନିମନ୍ତେ ଅନୁମୋଦନ ଦିଆଯାଇଛି।

ଆର୍ଥିକ ଅନଗ୍ରସର ବର୍ଗଙ୍କୁ ପ୍ରମାଣ ପତ୍ର(ବାସିନ୍ଦା, ଆୟ ଓ ସମ୍ପତ୍ତି, ତଫସିଲଭୁକ୍ତ ଜାତି ଓ ଜନଜାତି, ସାମାଜିକ ତଥା ଆର୍ଥିକ ଅନଗ୍ରସର) ପ୍ରଦାନ ନିମନ୍ତେ ଜନସାଧାରଣଙ୍କ ଠାରୁ ଆଦାୟ କରାଯାଉଥିବା ସମସ୍ତ ପ୍ରକାର ଦେୟ ଛାଡ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ସେହିପରି ସଂକୁଳଗ୍ରସ୍ତ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ୧୯ଟି ଶିକ୍ଷାୟତନକୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଅଧୀନରେ ପରିଚାଳିତ ହେଉଥିବା ଶିକ୍ଷା ବ୍ୟବସ୍ଥାର ପରିସରଭୁକ୍ତ କରାଯିବା ନିମନ୍ତେ ପ୍ରସ୍ତାବ ଅନୁମୋଦିତ ହୋଇଛି। ଏହି ପ୍ରସ୍ତାବିତ ଉନ୍ନତିକରଣ ପ୍ରକ୍ରିୟାରେ ଆରଟିଇ ନିୟମାନୁଯାୟୀ ଆବଶ୍ୟକ ସଂଖ୍ୟକ ଶିକ୍ଷକ ପଦ ସୃଷ୍ଟି କରାଯିବ।

ଓଡ଼ିଶା ଶ୍ରମସେବା କ୍ୟାଡରରେ ୨୯୬ଟି ନୂଆ ପଦବୀ ସୃଷ୍ଟି କରି ଶ୍ରମ ଅଧିକାରୀଙ୍କ ସଂଖ୍ୟା ୫୩୯କୁ ବୃଦ୍ଧି କରାଯାଇଛି। ଏଥିପାଇଁ ଓଡ଼ିଶା ଶ୍ରମ ସେବା ଅଧିନିୟମ ୧୯୮୪ର ସଂଶୋଧନକୁ ରଦ୍ଦ କରାଯାଇ ତା ବଦଳରେ ଓଡ଼ିଶା ଶ୍ରମ ସେବା ୨୦୧୯ର ଚିଠା ପ୍ରସ୍ତାବକୁ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି। ଏହି ନୂଆ ନିୟମ ବଳରେ ସହକାରୀ ଶ୍ରମ ସେବା ଅଧିକାରୀଙ୍କ ନିଯୁକ୍ତି ଓ ପଦୋନ୍ନତି ନିମନ୍ତେ ଯୋଗ୍ୟତାର ମାନଦଣ୍ଡ ସ୍ଥିର କରାଯିବ।