ପିପିଲି ଉପନିର୍ବାଚନରେ ଲଢ଼ିବେ ୧୦ ପ୍ରାର୍ଥୀ

ପୁରୀ,ଏନ୍ଏନ୍ଏସ୍: ପିପିଲି ଉପନିର୍ବାଚନ ଲାଗି ୧୦ଜଣଙ୍କ ପ୍ରାର୍ଥୀପତ୍ର କାୟମ ରହିଛି। ସେଥିମଧ୍ୟରେ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ରହିଥିବାବେଳେ ୭ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି। ସେହିପରି ବିଜେଡିରୁ ରୁଦ୍ର ପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେସନ ହରିଚନ୍ଦନ ମହାପାତ୍ର ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ଲାଗି ଆଜିଠୁ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବାବେଳେ ଆସନ୍ତା ୨୦ ତାରିଖରୁ ପ୍ରଚାର ଆରମ୍ଭ ହେବ। ଇନଡୋର ମିଟିଂରେ ୩୦ ପ୍ରତିଶତ କିମ୍ବା ୨୦୦ରୁ କମଙ୍କୁ ଅନୁମତି ମିଳିବ। ଷ୍ଟାର କ୍ୟାମ୍ପେନର ଥିବା ଆଉଟଡୋର ମିଟିଂରେ ୧ହଜାରଙ୍କୁ ଅନୁମତି ଦିଆଯିବ। ଅନ୍ୟ ଆଉଟଡୋର ପ୍ରଚାର ବେଳେ ୫୦୦ ଲୋକଙ୍କୁ ଅନୁମତି ମିଳିବ। ଷ୍ଟାର କ୍ୟାମ୍ପେନର ତାଲିକାକୁ ୨୦ରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୋଡ୍ ଶୋ’, ବାଇକ ଓ ସାଇକେଲ ରାଲିକୁ ବାରଣ କରାଯାଇଛି। ଡୋର ଟୁ ଡୋର କ୍ୟାମ୍ପେନ ବେଳେ ପ୍ରାର୍ଥୀଙ୍କ ସହ ୫ଜଣଙ୍କୁ ଅନୁମତି ମିଳିବ। ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରିବାକୁ କୁହାଯାଇଛି।