୩ ବର୍ଷ ପରେ ଅଭିନୟ ଦୁନିଆକୁ ଫେରିଲେ ଅନୁଷ୍କା ଶର୍ମା

ମୁମ୍ବାଇ: ଦୀର୍ଘଦିନର ବ୍ୟବଧାନ ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣିଥରେ ଅଣ୍ଟା ଭିଡ଼ି ମଇଦାନକୁ ଓହ୍ଲାଇଛନ୍ତି। ଆଜ୍ଞା ହଁ, ଅନୁଷ୍କା ଶର୍ମା ବହୁପ୍ରତିକ୍ଷୀତ ଫିଲ୍ମ ‘ଚକଦା ଏକ୍ସପ୍ରେସ’ର ସୁଟିଂ ଆରମ୍ଭ କରିଛନ୍ତି। ଉକ୍ତ ଫିଲ୍ମର ଫାଷ୍ଟ ଲୁକ ନିଜେ ଅନୁଷ୍କା ଫ୍ୟାନଙ୍କ ସହ ସେୟାର କରିଛନ୍ତି। ଅନୁଷ୍କା ଫିଲ୍ମରେ ମହିଳା କ୍ରିକେଟର ଝୁଲଣ ଗୋସ୍ୱାମୀଙ୍କ ଚରିତ୍ର ନିର୍ବାହ କରୁଛନ୍ତି। ଉକ୍ତ ଫିଲ୍ମଟି ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବ।

ସୂଚନାଯୋଗ୍ୟ, ଅନୁଷ୍କା ଶର୍ମା ଶେଷଥର ପାଇଁ ‘ଜିରୋ’ ଫିଲ୍ମରେ ନଜର ଆସିଥିଲେ। ୨୦୧୮ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ଶାହରୁଖଙ୍କ ବିପକ୍ଷରେ ଅନୁଷ୍କାଙ୍କୁ ଦେଖିବାକୁ ମିଳିଥିଲା। ୨୦୧୭ରେ କ୍ରିକେଟର ବିରାଟ କୋହଲୀଙ୍କୁ ବିବାହ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ଫିଲ୍ମ।