ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ

ପୁରୀ,ଏନ୍‌ଏନ୍‌ଏସ୍‌: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୯ ତାରିଖରେ ପୁରୀ ଆସୁଛନ୍ତି । ୧୯ରେ ଆସି ୨୦ରେ ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ମିଳିଛି । ରାଷ୍ଟ୍ରପତି ଏକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ପୁରୀ ଆସୁଥିବାବେଳେ ଶ୍ରୀମନ୍ଦିର ଯାଇପାରନ୍ତି । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶାସନ ତରଫରୁ କିଛି ସ୍ପଷ୍ଟ ହୋଇନି ।