ନୋରା ଓ ଜ୍ୟାକଲିନଙ୍କ ମଧ୍ୟରେ ଲଢ଼େଇ ଜାରି

ନୂଆଦିଲ୍ଲୀ: ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଜଡ଼ିତ ୨ କୋଟି ଟଙ୍କା ମନିଲଣ୍ଡ୍ରିଂ ମାମଲାରେ ବଲିଉଡର ୨ ଅଭିନେତ୍ରୀଙ୍କ ମଧ୍ୟରେ ଲଢ଼େଇ ଜାରି ରହିଛି । କିଛିଦିନ ପୂର୍ବରୁ ଅଭିନେତ୍ରୀ ଜ୍ୟାକଲିନ ପର୍ଣ୍ଣାଣ୍ଡିଜଙ୍କ ବିରୋଧରେ ନୋରା ଫତେହୀ ମାନହାନି ମୋକଦ୍ଦମା ଦାୟର କରିଥିଲେ । ନୋରାଙ୍କ ଅଭିଯୋଗ ଉପରେ ଏବେ ଦିଲ୍ଲୀର ପଟିୟାଲା ହାଉସ କୋର୍ଟରେ ମାର୍ଚ୍ଚ ୨୫ରେ ଶୁଣାଣୀ ହେବ ବୋଲି ଧାର୍ଯ୍ୟ କରାଯାଇଛି ।

ନୋରା ଫତେହୀଙ୍କ ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଓକିଲ ପ୍ରଶାନ୍ତ ପାଟିଲ ପୂର୍ବରୁ କହିଥିଲେ । ଏଥିସହିତ ଆବଶ୍ୟକ ପଡ଼ିଲେ ନୋରାଙ୍କ ବିରୋଧରେ ଜ୍ୟାକଲିନଙ୍କ ତରଫରୁ ମାନହାନୀ ମୋକଦ୍ଦମା ଦାୟର କରାଯିବ ବୋଲି ମଧ୍ୟ ଓକିଲ ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ, ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ମନିଲଣ୍ଡ୍ରିଂ ମାମଲାରେ ବିଗତ ଦିନରେ ଉଭୟ ଜ୍ୟାକଲିନ ପର୍ଣ୍ଣାଣ୍ଡିଜ ଓ ନୋରା ଫତେହୀ ଖୁବ୍ ଚର୍ଚ୍ଚାରେ ରହିଥିଲେ ।