ଜେଇଇ ମେନ୍ ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୨୦ ଜାନୁଆରୀ ଜେଇଇ ମେନ୍ ଲାଗି ଆବେଦନ ପ୍ରକ୍ରିୟା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ଆସନ୍ତା ୩୦ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ପରୀକ୍ଷା ଫି’ ପୈଠ କରିବା ଲାଗି ଅକ୍ଟୋବର ୧ତାରିଖ ନିଷ୍ପତ୍ତି ହୋଇଛି।

ଜାନୁଆରୀ ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ପରୀକ୍ଷା ଅନୁଷ୍ଠିତ ହେବ। ଏହାର ରେଜଲ୍ଟ ଜାନୁଆରୀ ୩୧ତାରିଖ ମଧ୍ୟରେ ପ୍ରକାଶ ପାଇବ ବୋଲି ଏନଟିଏ(ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଉଭୟ ସିବିଟି(କମ୍ପ୍ୟୁଟର ବେସଡ ଟେଷ୍ଟ୍) ଏବଂ ଅଫଲାଇନ୍ ମାଧ୍ୟମରେ କରାଯିବ। ସେଥିରୁ ବି.ଇ ଏବଂ ବିଟେକ୍ ଲାଗି ପ୍ରବେଶିକା ପରୀକ୍ଷା ସିବିଟି ମାଧ୍ୟମରେ କରାଯିବ।

ବି.ଆର୍କିଟେକ୍ ଲାଗି ପରୀକ୍ଷାରେ ଗଣିତ ପେପର-୧ ଏବଂ ଆପ୍ଟିଚ୍ୟୂଡ ପେପର-୨ ସିବିଟି ମାଧ୍ୟମରେ କରାଯିବା ସହ ଡ୍ରଇଂ ଟେଷ୍ଟ୍ ପେପର-୩ ଅଫଲାଇନ୍ ମାଧ୍ୟମରେ କରାଯିବ। ସେହିପରି ବି.ପ୍ଲାନିଂ ଲାଗି ମଧ୍ୟ ସିବିଟି ମାଧ୍ୟମରେ ପରୀକ୍ଷା କରାଯିବ।