ପୁଲିସ ଭ୍ୟାନରେ କାଠ ଚାଲାଣ ହେଉଥିବା ବେଳେ ବନ ବିଭାଗର ଚଢ଼ଉ, ଜଣ କନଷ୍ଟେବଳ ଓ ୨ ଯବାନ ଅଟକ

କଳାହାଣ୍ଡି,ଏନ୍ଏନ୍ଏସ୍: ପୁଲିସ ଭ୍ୟାନରେ ମୂଲ୍ୟବାନ କାଠ ପଟ୍ଟା ଚାଲାଣ ହେଉଥିବାବେଳେ ବନବିଭାଗ ଖବର ପାଇ ଏହାକୁ ଜବତ କରିଥିବା ଜଣାଯାଇଛି।

ସୂଚନା ଅନୁସାରେ ଜାରିଙ୍ଗ ଆଇଆରବି ୨ବାଟାଲିୟନର ଭ୍ୟାନ ଭୁବନେଶ୍ୱର ଯାଉଥିବାବେଳେ ସେଥିରେ କାଠ ପଟ୍ଟା ଚାଲାଣ ହେଉଥିବା ବନବିଭାଗ ଖବର ପାଇଥିଲା। ପରେ ବନବିଭାଗ ଅଧିକାରୀ ଉକ୍ତ ଭ୍ୟାନକୁ ଅଟକାଇ ଚେକିଂ କରିଥିଲେ। ଏହି ସମୟରେ ଭ୍ୟାନରୁ ୩୪ଖଣ୍ଡ ଶାଗୁଆନ କାଠ ଜବତ ହୋଇଛି। ତେବେ ଏହି କାଠ ଚାଲାଣରେ ସମ୍ପୃକ୍ତ ଥିବା ଜଣେ କନଷ୍ଟେବଳ ଓ ୨ ଯବାନ ଅଟକ ଅଛନ୍ତି।