ମହିଳା ଟି-୨୦ ସିନିୟର ଚାଲେଞ୍ଜର ଟ୍ରଫି, ଶନିବାରଠୁ ବାରବାଟୀରେ ମୁକାବିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଆସନ୍ତା ଶନିବାର ବା ଜାନୁଆରୀ ୪ରୁ କଟକର ବାରବାଟୀ ଷ୍ଟାଡିୟମ୍ରେ ମହିଳା ଟି-୨୦ ସିନିୟର ଚାଲେଞ୍ଜର ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏଥିରେ ଦେଶର ଶ୍ରେଷ୍ଠ ମହିଳା ଖେଳାଳିଙ୍କୁ ୩ଟି ଗ୍ରୁପ୍ରେ ଭାଗ କରାଯାଇ ରାଉଣ୍ଡ ରବିନ୍ ଲିଗ୍ ଭିତ୍ତିରେ ମ୍ୟାଚ୍ ଖେଳାଯିବ। ପଏଣ୍ଟ ଭିତ୍ତିରେ ଯେଉଁ ୨ଟି ଦଳ ପ୍ରଥମ ସ୍ଥାନରେ ରହିବେ ସେହି ଦଳ ଜାନୁଆରୀ ୧୦ରେ ପରସ୍ପର ସହ ଫାଇନାଲ ମ୍ୟାଚ୍ ଖେଳିବେ। ଏହି ଚାମ୍ପିଅନ୍ଶିପ୍ ଲାଗି ହରମନ୍ପ୍ରୀତ କୌରଙ୍କ ନେତୃତ୍ୱରେ ଇଣ୍ଡିଆ-ଏ’, ସ୍ମଉତି ମନ୍ଧାନାଙ୍କ ନେତୃତ୍ୱରେ ଇଣ୍ଡିଆ-ବି’ ଏବଂ ଭେଦା କ୍ରିଷ୍ଣାମୂର୍ତ୍ତିଙ୍କ ନେତୃତ୍ୱରେ ଇଣ୍ଡିଆ-ସି’ ଟିମ୍ ଗଠନ କରାଯାଇଛି। ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ ‘ବି’ ଏବଂ ମାଧୁରୀ ମେହେଟା ‘ସି’ ଟିମ୍ରେ ସ୍ଥାନ ପାଇଛନ୍ତି।

ଖେଳାଳି ଦଳ

ଇଣ୍ଡିଆ-ଏ : ହରମନପ୍ରୀତ କୌର (ଅଧିନାୟିକା), ତନିୟା ଭାଟିଆ, ଶିବାଳି ସିନେ୍ଧ (ଉଭୟ ୱିକେଟକିପର), ଜାସିଆ ଅଖତର, ପ୍ରିୟା ପୂନିଆ, ଦିପ୍ତୀ ଶର୍ମା, ଦେବୀକା ବୈଦ୍ୟ, ସ୍ନେହ ରାଣା, ମାନସୀ ଯୋଶି, ମେଘନା ସିଂ, କୋମଲ ଝାନଝାଦ୍, ମେନୁ ମଣି, ରାଧା ଯାଦବ ଓ ଭାରତୀ ଫୁଲମାଳି।
ଇଣ୍ଡିଆ-ବି: ସ୍ମୃତି ମନ୍ଧନା (ଅଧିନାୟିକା), ସୁଷମା ବର୍ମା ଓ ଆର. କଳ୍ପନା (ୱିକେଟ କିପର), ବନିତା ବିଆର, ଜେମିମା ରୋଡ୍ରିଗ୍ୟୁସ୍, ଅନୁଜା ପାଟିଲ, ପୂନମ ଯାଦବ, ପୂଜା ଭସ୍ତ୍ରାକାର, ଶିଖା ପାଣ୍ଡେ, ରେଣୁକା ସିଂ, ଅଞ୍ଜଳି ସର୍ଭାନି, ସୁଶ୍ରୀ ଦିବ୍ୟଦର୍ଶିନୀ, ଟିପି କନୱର, ରିଚା ଘୋଷ।
ଇଣ୍ଡିଆ-ସି: ଭେଦା କ୍ରିଷ୍ଣାମୂର୍ତ୍ତି, ନୁଝତ ପରବିନ୍ ଓ ଶେଫାଳି ବର୍ମା (ୱିକେଟ କିପର), ୟାସ୍ତିକା ଭାଟିୟା, ଡି. ହେମଲତା, ହର୍ଲିନ୍ ଦେଓଲ, ମନାଲି ଦକ୍ଷିନୀ, ଜିନ୍ସି ଜର୍ଜ, ଅରୁନ୍ଧତି ରେଡ୍ଡୀ, ମୋନିକା ପଟେଲ, ବ୍ୟଶାଳି ଭଗତ, ରାଜେଶ୍ୱରୀ ଗାଏକ୍ୱାଡ୍, ତନୁଶ୍ରୀ ସରକାର, ମାଧୁରୀ ମେହେଟା।

ଖେଳସୂଚୀ :
୪-୧: ଇଣ୍ଡିଆ-ଏ ବନାମ ଇଣ୍ଡିଆ-ବି, ୫-୧: ଇଣ୍ଡିଆ-ବି ବନାମ ଇଣ୍ଡିଆ-ସି, ୬-୧: ଇଣ୍ଡିଆ-ସି ବନାମ ଇଣ୍ଡିଆ-ଏ, ୭-୧: ଇଣ୍ଡିଆ-ଏ ବନାମ ଇଣ୍ଡିଆ-ବି, ୮-୧: ଇଣ୍ଡିଆ-ବି ବନାମ ଇଣ୍ଡିଆ-ସି, ୯-୧: ଇଣ୍ଡିଆ-ସି ବନାମ ଇଣ୍ଡିଆ-ଏ, ୧୦-୧: ଫାଇନାଲ।

ଖେଳ ସମୟ:
ପ୍ରଥମ ସେସନ: ପୂର୍ବାହ୍ଣ ୧୧ଟାରୁ ୧୨ଟା ୧୫ମିନିଟ୍
ବ୍ରେକ୍: ୧୨ଟା ୧୫ରୁ ୧୨ଟା ୩୦ ମିନିଟ୍
ଦ୍ୱିତୀୟ ସେସନ: ଅପରାହ୍ଣ ୧୨ଟା ୩୦ରୁ ୧ଟା ୪୫ ମିନିଟ୍।