କର୍ଲାମୁଣ୍ଡା,ଏନ୍ଏନ୍ଏସ୍: କର୍ଲାମୁଣ୍ଡା ବ୍ଲକରେ ବିନା ଏଷ୍ଟିମେଟରେ ଏକ ପାଚେରୀ ନିର୍ମାଣ କରାଯାଇଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡ଼ିଛି । କୌଣସି ନିର୍ମାଣ କାମ ଆରମ୍ଭ ହେବା ପୂର୍ବରୁ ଏଷ୍ଟିମେଟ ପ୍ରସ୍ତୁତ କରାଯିବା ସହ ଆର୍ôଥକ ଅନୁଦାନର ବ୍ୟବସ୍ଥା କରାଯିବାର ନିୟମ ରହିଛି । ମାତ୍ର ବ୍ଲକର ବିଡିଓଙ୍କ ସରକାରୀ ବାସଭବନର ନିର୍ମାଣ ହୋଇଥିବା ପାଚେରୀରେ ନିୟମର ଖୋଲାଖୋଲି ଉଲଂଘନ ହୋଇଛି । ବିଡିଓଙ୍କ ସରକାରୀ ବାସଭବନ ୧୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି । କିନ୍ତୁ ପାଚେରୀ ପାଇଁ କୌଣସି ଏଷ୍ଟିମେଟ ଦିଆଯାଇ ନାହିଁ । ଏଥିସହ କୌଣସି ବିଲର ପେମେଣ୍ଟ ମଧ୍ୟ ହୋଇନାହିଁ ବୋଲି ସୂଚନା ତଥ୍ୟରେ ଉଲ୍ଲେଖ ରହିଛି । ରିଞ୍ଜା ଗ୍ରାମର ସନ୍ତୋଷ କୁମାର ଜାନୀ ମାଗିଥିବା ସୂଚନାର ଉତ୍ତର ଦେଇ ବ୍ଲକ ସୂଚନା ଅଧିକାରୀ ଏହି ତଥ୍ୟ ଦେଇଛନ୍ତି । ତେବେ ବିନା ଏଷ୍ଟିମେଟରେ କିପରି ପାଚେରୀ ନିର୍ମାଣ ହେଲା ଓ କାହା ସ୍ୱାର୍ଥରେ ଏହା ହେଲା ତା’ର ତଦନ୍ତ କଲେ ବହୁ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ମତ ପ୍ରକାଶ ପାଉଛି । ଏନେଇ ବ୍ଲକ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।