ସ୍ତ୍ରୀ ଓ ପିଲା ନିଖୋଜ, ଥାନାରେ ଅଭିଯୋଗ କଲେ ବ୍ୟବସାୟୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜଧାନୀ ଏୟାର ଫିଲଡ଼୍ ଥାନା ଅଧୀନସ୍ଥ ସୁନ୍ଦରପଦାର ବିକାଶ ପ୍ରଧାନଙ୍କ ସ୍ତ୍ରୀ ବର୍ଷା ପ୍ରଧାନ ଓ ୧୧ମାସର ଝିଅ ନିଖୋଜ ଅଛନ୍ତି । ଏନେଇ ବିକାଶ ଥାନାରେ ଅଭିଯୋଗ କରିଛନ୍ତି । ବିକାଶଙ୍କ ଅଭିଯୋଗ ଅନୁଯାୟୀ, ସେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଧୀନ ବରଗାଁ ଅଂଚଳର ବର୍ଷାଙ୍କୁ ଦେଢ଼ ବର୍ଷ ହେଲା ବିବାହ କରିଥିଲେ । ତାଙ୍କର ୧୧ମାସର ଝିଅ ରହିଛି । ଗତ ରାତିରେ ବର୍ଷା ଓ ଝିଅ କେଉଁଆଡ଼େ ନିଖୋଜ ହୋଇଯାଇ ଥିବାବେଳେ ନ୍ୟାୟ ପାଇଁ ବିକାଶ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ନ୍ୟାୟ ନମିଳିଲେ ସେ ବିଧାନସଭା ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି ।