ପାଗରେ ଆସିବ ପରିବର୍ତ୍ତନ, ୨୭ରୁ ଶୀତରେ ଥରିବ ଓଡିଶା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପାଗରେ ଆସିବ ପରିବର୍ତ୍ତନ। ଆସନ୍ତା ୨୭ ତାରିଖରୁ ଉପକୂଳ ଓଡିସାରେ ବଢିବ ଶୀତ। ସେହିପରି ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ରାତି ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍ ହ୍ରାସ ହୋଇଯିବ। ଏହାସହିତ କେନ୍ଦ୍ରୀୟ ପଶ୍ଚିମ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶାରେ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବ। ଏନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ଆକଳନ କରିଛନ୍ତି।

ଉପକୂଳ ଓଡିଶାରେ ଆଗାମୀ ୨୭ ତାରିଖରୁ ୧ ଡିଗ୍ରୀ ତାପମାତ୍ରା ହ୍ରାସ ହେବ। ଏହାସହିତ ୨୯ ତାରିଖରୁ ତାପମାତ୍ରା ୧ ଡିଗ୍ରୀ ବଢିବ। ହେଲେ ପରବର୍ତ୍ତୀ ଦୁଇ ଦିନ ଯାଏଁ ପାଗ ଅପରିବର୍ତ୍ତିତ ରହିବ। ଅନ୍ୟପଟେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ରାଜ୍ୟରେ ଏହାର ବିଶେଷ ପ୍ରଭାବ ରହିବନି। ୨୯ ଓ ୩୦ ତାରିଖରେ ଦକ୍ଷିଣ ଉପକୂଳରେ ଆଂଶିକ ମେଘୁଆ ପାଗ ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।