ଦିଲ୍ଲୀ ମହାନଗର ନିଗମରେ ଚାଲିଛି ଭୋଟିଂ

ନୂଆଦିଲ୍ଲୀ,ଏଜେନ୍ସି: ରାଜଧାନୀ ମହାନଗର ନିଗମର ୫ଟି ଆସନ ପାଇଁ ଉପନିର୍ବାଚନ ଆରମ୍ଭ ହୋଇଯାଇଛି। ନିର୍ବାଚନରେ ଜିତିବା ପାଇଁ ପ୍ରାର୍ଥୀମାନେ କିଛି ଦିନ ହେବ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପାଞ୍ଚଟି ଆସନ ପାଇଁ ୨୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

ମହାନଗର ନିଗମର ଉପ ନିର୍ବାଚନ ସକାଳ ୭ଟା ୩୦ରୁ ଆରମ୍ଭ ହୋଇଯାଇଛି। ମତଦାନ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଚାଲିବ। ମତଦାନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ୩୨୭ଟି ବୁଥ କରିଛନ୍ତି। କରୋନା ସଂକ୍ରମିତଙ୍କ ପାଇଁ ସମୟ ୪ଟାରୁ ୫ଟା ୩୦ ପର୍ଯ୍ୟନ୍ତ ମତଦାନ କରାଯିବାର ବ୍ୟବସ୍ଥା କରାଯାଇଛି।

ଏଥର ଭୋଟରଙ୍କୁ ସେମାନଙ୍କ ନିର୍ବାଚନ ପ୍ରାର୍ଥୀଙ୍କ ବିଷୟରେ ସୂଚନା ଦେବାକୁ ବୁଥରେ ସେମାନଙ୍କ ଫୋଟ ଲଗାଯାଇଛି। ଚଳିତ ବର୍ଷ ପ୍ରଥମ କରି ଏପରି ହୋଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ପାଖରେ ନିର୍ବାଚନ ପ୍ରାର୍ଥୀଙ୍କ ବିଷୟରେ ସମସ୍ତ ତଥ୍ୟ ପହଞ୍ଚାଇବା। ଅନ୍ୟପଟେ ଗୁଜୁରାଟ ସିଭିକ ପୋଲରେ ସ୍ଥାନୀୟ ସଂସ୍ଥା ମତଦାନ ଆରମ୍ଭ ହୋଇଯାଇଛି। ମତଦାନର ୩ ଘଣ୍ଟା ଭିତରେ ୬.୦୧ ପ୍ରତିଶତ ମତଦାନ ହୋଇଛି। ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ।