ସୋନିଆ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ ଦାୟର କଲେ କେନ୍ଦ୍ରମନ୍ତ୍ରୀ

କର୍ଣ୍ଣାଟକ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ସୋନିଆ ଦେଶକୁ ବିପଦରେ ପକାଉଥିବା ନେଇ କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ନିର୍ବାଚନ ଆୟୋଗ ସମ୍ମୁଖରେ ଅଭିଯୋଗ ଦାୟର କରି ଯାଞ୍ଚ କରିବାକୁ ଦାବୀ କରିଛନ୍ତି । କର୍ଣ୍ଣାଟକରେ ପାର୍ଟି ପ୍ରଚାର ସମୟରେ ସୋନିଆ ଭାରତର ସଂପ୍ରଭୁତା ଓ ଅଖଣ୍ଡତାକୁ ନେଇ ବିବାଦିତ ବୟାନ ଦେଇଥିବା ନେଇ ଅଭିଯୋଗ ହୋଇଛି ।

ମାମଲା ଦାୟର କରିବା ପରେ ଶୋଭା କରନ୍ଦଲାଜେ କହିଛନ୍ତି ଯେ, ଆଜି ମୁଁ ନିର୍ବାଚନ ଆୟୋଗ ଯାଇ ସୋନିଆ ଗାନ୍ଧୀଙ୍କ ବିରୋଧରେ ମାମଲା ଦାୟର କରିଛି । ସୋନିଆ ଗାନ୍ଧୀ ହୁବଲୀରେ ଏକ ଭାଷଣରେ ଭାରତର ଏକତା ଓ ଅଖଣ୍ଡତା ଉପରେ କହିବା ସହ କର୍ଣ୍ଣାଟକକୁ ସଂପ୍ରଭୁତା ରଖିବାକୁ କହିଛନ୍ତି । ସେ ଦେଶକୁ ବିପଦରେ ପକାଇବାକୁ ଚାହୁଁଛନ୍ତି ଏବଂ ଟୁକଡ଼ା ଟୁକଡ଼ା ଗ୍ୟାଙ୍ଗର ନେତୃତ୍ୱ କରୁଛନ୍ତି ।