ନୂଆଦିଲ୍ଲୀ,ଏଜେନ୍ସି: ରାଞ୍ଚିରେ ଦୁଇ ପୁଲିସ ଅଧିକାରୀ ସୋମବାର ଦିନ ପରସ୍ପର ଉପରକୁ ଗୁଳି ଚଳାଇ ପ୍ରାଣ ହରାଇଛନ୍ତି। ପୁଲିସ ଅଧିକାରୀ ଦୁହେଁ ହେଲେ- ବିକ୍ରମ ରାଜଓ୍ଵାଦେ ଏବଂ ମେଳାରାମ କୁରେ। ସୂଚନା ଅନୁସାରେ ସକାଳ ୬ଟା ୩୦ ମିନିଟରେ ଖେଲଗାଓଁ ଠାରେ ଥିବା ମେଗା ସ୍ପୋର୍ଟସ୍ ଷ୍ଟାଡିୟମରେ ଘଟଣାଟି ଘଟିଛି।
ପୁଲିସ ଦୁହେଁ ଛତିଶଗଡ଼ ସଶସ୍ତ୍ର ବଳର ୪ର୍ଥ ବାଟାଲିୟନ୍ ବି କମ୍ପାନୀର। ଝାଡ଼ଖଣ୍ଡ ନିର୍ବାଚନ ଡିୟୁଟିରେ ସେମାନଙ୍କୁ ମୁତୟନ କରାଯାଇଥିଲା। ଗୁଳିକାଣ୍ଡରେ ଜଣେ ଲୋକ ଆହତ ହୋଇଥିବା କୁହାଯାଉଛି। ତେବେ କେଉଁ କାରଣରୁ ସେମାନେ ଏଭଳି କାଣ୍ଡ ଘଟାଇଲେ ତାହା ଜଣାପଡ଼ିନାହିିଁ। ଏ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।