ଝାରସୁଗୁଡା,ଏନ୍ଏନ୍ଏସ୍: ୨୪ ଘଣ୍ଟାରେ ମଧ୍ୟରେ ବେଲପାହାଡ଼ ବାଇପାସ ନିକଟରେ ୨ଟି ପୃଥକ ଦୂର୍ଘଟଣାରେ ୨ଜଣ ପ୍ରାଣ ହରାଇଛନ୍ତି। ଶନିବାର ସନ୍ଧ୍ୟା ୬ଟାରେ ବେଲପାହାଡ଼ ଜୁନାଡ଼ିହି ନିବାସୀ ସୁରେନ୍ଦ୍ର ମଲ୍ଲିକ ଭାରୀଯାନ ଧକ୍କାରେ ପ୍ରାଣ ହରାଇଥିଲେ। ଅନୁରୂପ ଭାବେ ରବିବାର ଭୋରରେ ଏକ ଅଜଣା ଭାରିଯାନ ଧକ୍କାରେ ଜବାହାରନଗର ଚେନ୍ନାଇର ସି ରାଜେନ୍ଦ୍ରନ(୫୦)ପ୍ରାଣ ହରାଇଛନ୍ତି।
ଖବରପାଇ ବେଲପାହାଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତେବେ ରାଜେନ୍ଦ୍ରନଙ୍କ ଘର ଲୋକ ଆସିବା ପରେ ମୃତ ଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରାଜେନ୍ଦ୍ରନ ଓ ଡ୍ରାଇଭର ଏକ ସୁଇଫ୍ଟ ଡିଜାଏର କାର(ଓଆର-୨୩ଇ-୧୮୯୦)ରେ ବେଲପାହାଡ଼ରୁ ଝାରସୁଗୁଡ଼ା ଯାଉଥିବା ସମୟରେ ମହିମା ଛକ ଓଭର ବ୍ରିଜ ନିକଟରେ ଏକ ଆଇଚର ଗାଡି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଗାଡ଼ିଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଘଟଣାସ୍ଥଳରେ ରାଜେନ୍ଦ୍ରନଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଜଣଙ୍କ ଗୁରୁତର ଆହତ ହୋଇଥିଲେ।
ସେହିପରି ଆଇଚର ସେଠାରୁ ଫେରାର ହୋଇଯାଇଛି। ସେଠାରୁ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ପଠାଯାଇଛି। ତେବେ ସୁରେନ୍ଦ୍ରନ ଟିଆରଏଲ କ୍ରୋସାକିକଏ ଅଡିଟର ଭାବେ ଆସିଥିବା ବେଳେ ଅଭିଂଗ୍ନ କନସଲଟେ ସର୍ଭିସରେ କାର୍ଯ୍ୟ କରୁଥିଲେ ବୋଲି ସୂଚନା ମିଳିଛି।