ରକେଟ୍ ମାଡରେ ଥରିଲା ଆମେରିକା ଦୂତାବାସ, ଇରାନକୁ ଟ୍ରମ୍ପଙ୍କ ଚେତାବନୀ

ୱାସିଂଟନ୍,ଏଜେନ୍ସି: ଇରାକରେ ଥିବା ଆମେରିକାର ଦୁତାବାସ ଉପରେ ଇରାନ ରକେଟ ମାଡ କରିବା ପରେ ଆମେରିକା ପକ୍ଷରୁ ଇରାନକୁ ଚେତାବନୀ ଦିଆଯାଇଛି। ଏ ନେଇ ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଟ୍ୱିଟ ଜରିଆରେ ଇରାନକୁ ଚେତାବନୀ ନେଇଛନ୍ତି।

ଏଥିରେ ସେ କହିଛନ୍ତି ଯେ ଆମେରିକୀୟ ସେନା ଇରାନର ୫୨ଟି ସ୍ଥାନକୁ ଚିହ୍ନଟ କରିଛି । ଆଉ ଯଦି ଇରାନ ଆମେରିକାର କୌଣସି ସମ୍ପତି ବା ନାଗରିକ ଉପରେ ଆକ୍ରମଣ କରେ ତେବେ ଏହି ସବୁ ଠିକଣା ଉପରେ ଜୋରଦାର ଓ ବିଧ୍ୱଂସକ ଆକ୍ରମଣ କରିବ । ଆମେରିକା ଆଉ କାହାର ଧମକକୁ ବରଦାସ୍ତ କରିପାରିବନାହିଁ । ଟ୍ରମ୍ପ ନିଜ କଥାକୁ ଅଧିକ ପ୍ରଭାବଶାଳୀ ଭାବେ ଦର୍ଶାଇବା ପାଇଁ ନିଜ ଟୁଇଟରେ କ୍ୟାପିଟାଲ ଅକ୍ଷରର ବ୍ୟବହାର କରିଛନ୍ତି ।

ସେ ଲେଖିଛନ୍ତି ଇରାନ ଉପରେ ଖୁବଶୀଘ୍ର ଓ ଜୋରଦାର ଆକ୍ରମଣ କରାଯିବ । ଇରାକ ସ୍ଥିତ ଆମେରିକୀ ଦୂତାବାସ ଓ ବଲାଦ ସୈନ୍ୟ କ୍ୟାମ୍ପ ଉପରେ ଇରାନ ରକେଟ ମାଡ କରିବା ପରେ ଟ୍ରମ୍ପ ଏହି ବୟାନ ଦେଇଛନ୍ତି । ଭାରତୀୟ ସମୟ ମୁତାବକ ଶନିବାର ପ୍ରାୟ ଅଧରାତିରେ ବାଗଦାଦସ୍ଥିତ ଆମେରିକୀ ଦୂତାବାସ ଓ ବଲାଦ ଏୟାର ବେସ ଉପରେ ଇରାନ ସମର୍ଥକ ମିଲିସିଆ ରକେଟ୍ ମାଡ କରିଥିଲେ ।