ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତ ୧୧୯

ଭୁବନେଶ୍ଵର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ଜଣେ କୋରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଭୁବନେଶ୍ଵରର ମଧୁସୂଦନ ନଗର ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ବ୍ୟକ୍ତିଙ୍କର ବୟସ ୭୭ ବର୍ଷ। ସେ ୪୧ ନଂ ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ତେବେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ଏହି କ୍ରମରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି।

ସୂଚନାନୁଯାୟୀ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୨୧ଟି ନମୁନା ପରୀକ୍ଷା ହୋଇଛି। ଏଯାବତ୍ ମୋଟ ୨୯ ହଜାର ୧୦୮ଟି ନମୁନା ପରୀକ୍ଷା ହେଲାଣି। ସେମାନଙ୍କ ମଧ୍ୟରୁ ୧୧୯ ଜଣେ ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ୧୧୯ ଜଣଙ୍କ ମଧ୍ୟରୁ ୮୦ ଜଣ ଚିକିତ୍ସାଧୀନ ଥିବାବେଳେ ୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଅପର ପକ୍ଷରେ ଏହି ମହାମାରୀ କୋରୋନାରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି।