କୋଲକାତା: ବଲିଉଡ ଅଭିନେତ୍ରୀ ଅଦା ଶର୍ମାଙ୍କ ଅଭିନୀତ ଫିଲ୍ମ ‘ଦି କେରଲା ଷ୍ଟୋରୀ’କୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ। ଏହିକ୍ରମେ ପଶ୍ଚିବଙ୍ଗ ସରକାର ଫିଲ୍ମକୁ ବ୍ୟାନ କରିଦେଇଛି । ଫିଲ୍ମକୁ କଡ଼ା ବିରୋଧର ସାମ୍ନା କରିବାକୁ ପଡ଼ୁଥିବାବେଳେ ଶାନ୍ତି ବଜାୟ ରଖିବା ପାଇଁ ପଶ୍ଚିମବଙ୍ଗ ସରକାର ଏଭଳି ନିଷ୍ପତ୍ତି ନେଇଛି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ‘ଦି କଶ୍ମୀର ଫାଇଳ୍ସ’ ଏମିତି ଏକ ଫିଲ୍ମ ଯାହାକି ଏକ ବର୍ଗକୁ ଅପମାନିତ କରୁଛି । ‘ଦି କେରଲା ଷ୍ଟୋରୀ’ ଫିଲ୍ମରେ ଏକ ବିକୃତ କାହାଣୀ ରହିଛି । ସେଥିପାଇଁ ଫିଲ୍ମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ପୂର୍ବରୁ ‘ଦି କେରଲା ଷ୍ଟୋରୀ’ ତାମିଲନାଡ଼ୁରେ ବ୍ୟାନ କରାଯାଇଥିଲା ।