ଭୁବନେଶ୍ଵର,ଏନ୍ଏନ୍ଏସ୍: ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଆରମ୍ଭ ହେବ କରୋନା ସ୍ଵାବ ଟେଷ୍ଟ୍। ଏହି ପରିପ୍ରେକ୍ଷୀରେ ଆଜି ଠାରୁ ଟେଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ବର ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ।
ରାଜଧାନୀର ୫ଟି ସ୍କୁଲରେ ମେଡିକାଲ୍ ଟିମ୍ ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରିବେ। ଝାରପଡା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ସରକାରୀ ହାଇସ୍କୁଲ, ସହିଦ ନଗର ସରକାରୀ ହାଇସ୍କୁଲ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲୀ ହାଇ ସ୍କୁଲରେ ଏହି ବ୍ୟବସ୍ଥା କରାଯାଇଛି। ୧୭ ତାରିଖ ଯାଏ ଚାଲିବ ମେଡିକାଲ ଟିମର ନମୁନା ସଂଗ୍ରହ ଓ ଟେଷ୍ଟ। ଏହି ସମୟରେ ସ୍କୁଲର ଦୁଇ ଜଣ ଶିକ୍ଷକ, ଜଣେ ସ୍ଵିପର୍ ଓ ଜଣେ ୱାଚ ମ୍ୟାନକୁ ସ୍କୁଲରେ ଉପସ୍ଥିତ ରହିବାକୁ କୁହାଯାଇଛି। ସକାଳ ୯ ରୁ ମଧ୍ୟାହ୍ନ ୧୨ ଓ ଅପରାହ୍ନ ୩ ରୁ ୫ ଯାଏ କରୋନା ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରିବେ ମେଡିକାଲ୍ ଟିମ୍।
କରୋନା ହଟସ୍ପଟ ଭାବେ ଚିହ୍ନଟ ହେଉଥିବା ଅଞ୍ଚଳରେ ରାପିଡ୍ ଟେଷ୍ଟ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ଏହି ସମୟରେ ସ୍କୁଲ୍ର ୨ ଜଣ ଶିକ୍ଷକ, ଜଣେ ସ୍ୱିପର ଓ ଜଣେ ଓ୍ୱାଚ୍ମ୍ୟାନ୍ ଉପସ୍ଥିତ ରହିବେ। ଏନେଇ ଗତକାଲି ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଥିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।