ମୁମ୍ବାଇ,ଏଜେନ୍ସି: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ । କେନ୍ଦ୍ର ସରକାର ସିବିଆଇକୁ ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ବିହାର ସରକାରଙ୍କ ସୁପାରିସ କ୍ରମେ ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୁଲିସ ତପ୍ତରତା ପ୍ରକାଶ କରୁନଥିବାରୁ ବିବାଦ ଘନେଇ ଥିଲା। ସୁଶାନ୍ତଙ୍କ ପିତାଙ୍କ ଅନୁରୋଧ କ୍ରମେ ବିହାର ସରକାର ଏହାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ କେନ୍ଦ୍ର ସରକାରଙ୍କୁ
ଅନୁରୋଧ କରିଥିଲ । କେନ୍ଦ୍ର ସରକାର ଏହାକୁ ଗ୍ରହଣ କରି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।