ଅନୁଗୁଳ ଓ ନୟାଗଡ଼ ଜିଲ୍ଲାର ଭର୍ଚୁଆଲ କୋର୍ଟ ରୁମ୍‌କୁ ଉଦ୍‌ଘାଟିତ କଲେ ସୁପ୍ରିମକୋର୍ଟ ବିଚାରପତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅନୁଗୁଳ ଓ ନୟାଗଡ ଜିଲ୍ଲାରେ ଖୋଲିଲା ମଡେଲ ଭର୍ଚୁଆଲ କୋର୍ଟରୁମ। ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡି. ଓ୍ୱାଇ. ଚନ୍ଦ୍ରଚୂଡ଼ ଏହାକୁ ଉଦଘାଟନ କରିଛନ୍ତି। ଇ-କଷ୍ଟୋଡି ସାର୍ଟିଫିକେଟ ସିଷ୍ଟମ ଏବଂ କେସ୍ ସମ୍ପର୍କିତ ସୂଚନା ପ୍ରଦାନ ଲାଗି ଅଟୋମେଟେଡ ଇମେଲ ସର୍ଭିସର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଇ ମୁରଲିଧର ଓ ବିଚାରପତି ଜଷ୍ଟିସ ବିଶ୍ବଜିତ ମହାନ୍ତି, ହାଇକୋର୍ଟ ଆଇଟି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି କମିଟି ଅଧ୍ୟକ୍ଷ ଜଷ୍ଟିସ ସଂଗ୍ରାମ କୁମାର ସାହୁ ଉପସ୍ଥିତ ଥିଲେ। ଭର୍ଚୁଆଲ ଜରିଆରେ ଏହି ଉଦଘଟନୀ କାର୍ଯ୍ୟକ୍ରମରେ ଓଡିଶା ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଏସିଏସ ସଞ୍ଜୀବ ଚୋପ୍ରା, ଡିଜିପି ଅଭୟ, ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ, ଡିସିଏସ ଭାଗ୍ୟଲକ୍ଷ୍ମୀ ରଥ, ଅନୁଗୁଳ ଜିଲ୍ଲା ଜଜ୍ ରୂପଶ୍ରୀ ଚୌଧୁରୀ ସାମିଲ ହୋଇଥିଲେ।