ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତରାଖଣ୍ଡରେ ଥିବା ଚାର୍ଧାମ୍ ରାସ୍ତାର ପ୍ରଶସ୍ଥିକରଣ କାର୍ଯ୍ୟ ସମ୍ପାଦନ କରିବାକୁ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଭଳି ଚାରିଟି ଧାର୍ମିକସ୍ଥଳକୁ ନେଇ ଉତ୍ତରାଖଣ୍ଡରେ ପ୍ରତିବର୍ଷ ଚାର୍ଧାମ୍ ଯାତ୍ରା ଅନୁଷ୍ଠିତ ହୋଇଥାଏ। ତେବେ ଏହି ପାହାଡିଆ ତଥା ବିପଦସଙ୍କୁଳ ରାସ୍ତାକୁ ଚଉଡା କରିବାକୁୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡିଥିଲେ। ବର୍ତ୍ତମାନ ଏହି ରାସ୍ତାଗୁଡିକୁ ୫.୫ ମିଟରରୁ ୧୦ ମିଟର ପ୍ରଶସ୍ଥ କରାଯିବ ବୋଲି ଜଣାପଡିଛି।