ଲଣ୍ଡନ : ବ୍ରିଟେନରେ ଏବେ କୋଭିଡ୍-୧୯ ସଂକ୍ରମଣ କ୍ରମଶଃ ବଢିବାରେ ଲାଗିଛି। ଏହି ମହାମାରୀରେ ଏ ପର୍ଯ୍ୟନ୍ତ ବ୍ରିଟେନରେ ୧୮ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଲାଣି। ଏହି ପରିପ୍ରେକ୍ଷୀରେ ବ୍ରିଟିଶ ସରକାରଙ୍କ ମୁଖ୍ୟ ଚିକିତ୍ସା ପରାମର୍ଶଦାତା କହିଛନ୍ତି ଦେଶରେ ଚଳିତବର୍ଷ ଶେଷ ପର୍ଯ୍ୟନ୍ତ ସାମାଜିକ ଦୂରତା ବଳବତ୍ତର ରହିବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରଫେସର କ୍ରିସ୍ ହ୍ୱିଟି କହିଛନ୍ତି ବର୍ଷକ ମଧ୍ୟରେ କୋଭିଡ୍-୧୯ର ପ୍ରତିଷେଧକ ଟିକା ବାହାରିଯିବ ବୋଲି ଆଶା କରାଯାଉଛି। ଅନ୍ତତଃ ସେ ପର୍ଯ୍ୟନ୍ତ ଆମକୁ ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ। ତେବେ ସରକାର ଏ ସମ୍ପର୍କରେ ଯାହା କିଛି ନିର୍ଣ୍ଣାୟକ ନିଷ୍ପତ୍ତି ନେବେ ବୋଲି ପ୍ରଫେସର ହ୍ୱିଟି କହିଛନ୍ତି।