ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲି (ଗୁରୁବାର) ସକାଳ ୮.୨୦ରୁ ୧୧ଟା ୨୮ ମଧ୍ୟରେ ସୂର୍ୟ୍ୟପରାଗ ସଂଗଠିତ ହେବ । ଏଥିପାଇଁ ବୁଧବାର ରାତି ୮ ଟା ୩୦ରୁ ପାକ ନିଷେଧ କରାଯାଇଛି । ସକାଳ ୯ଟା ୪୬ ମିନିଟରେ ଓଡ଼ିଶାରେ ସର୍ବାଧିକ ପରାଗ ଦେଖାଯିବ । ଏହି ସମୟରେ ସୂର୍ୟ୍ୟର ପ୍ରାୟ ୫୫ରୁ ୬୫ ପ୍ରତିଶତ ଅଂଶ ଆଚ୍ଛାଦିତ ହେବ । ସୂର୍ୟ୍ୟପରାଗକୁ ଦେଖିବା ପାଇଁ ଭୁବନଶ୍ୱର ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପରି ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି କରାଯିବ ।

ଜୋର୍ତିବିଦ୍ ଙ୍କ ଆକଳନ ଅନୁସାରେ ମେଷ, ବୃଷ, ମିଥୁନ, ଧନୁ, ମକର ଓ ମୀନ ରାଶି ପାଇଁ ସୂର୍ୟ୍ୟପରାଗ ଅଶୁଭ ହେବ । ତୁଳା, ବିଛା, କୁମ୍ଭ, କର୍କଟ, ସିଂହ, କନ୍ୟା ଏବଂ ତୁଳା ରାଶି ପାଇଁ ଏହା ଶୁଭଙ୍କର ହେବ । ଡିସେମ୍ବର ୨୬ ତାରିଖରେ ସୂର୍ଯ୍ୟପରାଗ ହେବ ବୋଲି ପୂର୍ବରୁ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଥିଲା । ସକାଳୁ ସୂର୍ଯ୍ୟୋଦୟ ପରେ ଦକ୍ଷିଣ ଭାରତର ଅଳ୍ପ କେତେକ ଅଂଚଳରେ ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେଉଥିବା ବେଳେ ସମଗ୍ର ଓଡ଼ିଶାରେ ଏହି ସୂର୍ୟ୍ୟୋପରାଗ ଆଂଶିକ ଦେଖାଯିବ । ଏହି ସୂର୍ୟ୍ୟପରାଗ ବୃତାକାର ହେବ ଏବଂ ଏହା ପୂର୍ଣ୍ଣଗ୍ରାସ ନୁହେଁ, ବରଂ ଖଣ୍ଡଗ୍ରାସ ବା ଆଂଶିକ ସୂର୍ୟ୍ୟୋପରାଗ ବୋଲି ସୂଚନା ଦିଆଯାଇଛି ।

ଏଥରର ସୂର୍ୟ୍ୟୋପରାଗ ବିରଳ । ସୂର୍ୟ୍ୟର ଆଲୋକ ମଳିନ ଦେଖାଯିବା ସହ ଅଧା ଖଣ୍ଡିଆ ଭଳି ଦୃଶ୍ୟମାନ ହେବ । ପରାଗ ସମୟରେ ସୂର୍ୟ୍ୟେଙ୍କୁ ଖାଲି ଆଖିରେ ଦେଖିବା ପାଇଁ ବାରଣ ରହିଛିୟ ଖାଲି ଆଖିରେ ନଦେଖିବା ପାଇଁ ବେଜ୍ଞାନିକମାନେ ବାରଣ କରିଛନ୍ତି ।